ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସଇଁନ୍ତଲା/ବେଲଗାଁ: ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହଙ୍କୁ ଟିଟିଲାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମରେ ବିପୁଳ ସମ୍ବର୍ଦ୍ଧନ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ ବଲାଙ୍ଗିର ପଟରୁ ମନ୍ତ୍ରୀ ଶ୍ରୀମତି ସାହୁଙ୍କ ପଟୁଆର ସଇଁନ୍ତଲା ପ୍ରବେଶ କରିଥିବା ବେଳେ ସହର ଉପକଣ୍ଠରେ ତାଙ୍କୁ ବିପୁଲ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମନ୍ତ୍ରୀ ସଇଁନ୍ତଲା ସହରରେ ଇଷ୍ଟଦେବୀ ଚଣ୍ଡିଙ୍କ ଦର୍ଶନ କରିଥିବା ବେଳେ ସରପଂଚ ଭିମସେନ ସ୍ୱାଇଁଙ୍କ ନେତୃତ୍ୱରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକର ବିବିନା ଛକ, ବରଗାଁ ଛକ, ଫପସି ଆଦି ସ୍ଥାନରେ ବହୁ ପୁରୁଷ ମହିଳା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଏ ଅବସରରେ ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ଉମାଦେବୀ ଅଗ୍ରୱାଲ, ସୁକାନ୍ତି ପାଢୀ, ଚନ୍ଦ୍ରବଦନ ପୁରୋହିତ, ରାଜ୍ୟ ବିଜେଡି ଯୁବ ସମ୍ପାଦକ ରାଜକିଶୋର ଡାଙ୍ଗ, ପୁର୍ଣ୍ଣାନନ୍ଦ ପଣ୍ଡା, ବ୍ଲକ ସରପଂଚ ସଂଘ ସଭାପତି ହିମାଂଚଲ ବୁଡେକ, ବିବିନା ସରପଂଚ ନିର୍ମଲ ହରପାଲ, ଯୁବ ସଭାପତି ଭୈରବ ସାହୁ, ଛାତ୍ର ସଭାପତି ସୁଜିତ ଡାଙ୍ଗ, ଜିଲା ଛାତ୍ର ଉପସଭାପତି ଆଲୋକ ବୁଡେକ, ହରେକୃଷ୍ଣ ବେହେରା, ଅଖିଲେଶ୍ୱର ରଣା, ନିଲୁ ମହାନନ୍ଦ, ଡୋଲାମଣୀ ଥପା, ବୁଲୁ ବେହେରା, ସୁବାଶ ବୁଡେକ, ବିକ୍ରମ ବୁଡେକ, ମନିଷ ସୁନା, ମାଲତି ସୁନା, ଅଭିମନ୍ୟୁ ମହାନନ୍ଦ, ଅମିତ ଦୀପ, ପବିତ୍ର ସାହୁ, ଦେବରାଜ ସାହୁ ଓ ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.