ରାଜ୍ୟର ୧୨ଟି ସ୍ଥାନରେ ୪୦ ଉପରେ ପାରଦ

ଭୁବନେଶ୍ୱର: ଡହଡ଼ହ ଖରାରେ ସିଝିଲା ରାଜଧାନୀ। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଶନିବାର ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଛି। ତାତି ଅନୁଭୂତ ହୋଇଥିଲେ ମଧ୍ୟ ସପ୍ତାହନ୍ତ ବନ୍ଦ ଯୋଗୁଁ ରାଜଧାନୀବାସୀ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଥିବା କୁହାଯାଉଛି। ଶନିବାର ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି ୪ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନେର କାଳବୈଶାଖୀ ଅନୁଭୂତ ହୋଇପାରେ। ରବିବାର ଗଜପତି, ରାୟଗଡା ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୩ଦିନ ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଜିଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷାର ଆଶଙ୍କା ଥିବା ପୂର୍ବାନୁମାନ କରାଯାଇଛି।

ଶନିବାର ରାଜ୍ୟର ୧୨ ସ୍ଥାନରେ ପାରଦ ୪୦ ଡିଗ୍ରୀ ଟପିଛି। ବୌଦ୍ଧରେ ୪୨, ସୋନପୁରରେ ୪୧.୮, ବାରିପଦାରେ ୪୧.୬, ଟିଟିଲାଗଡ ଏବଂ ସମ୍ବଲପୁରରେ ୪୧, ତାଳଚେରରେ ୪୦.୧, ଝାରସୁଗୁଡାରେ ୪୦.୫, ଅନୁଗୋଳରେ ୪୦.୩, ଭବାନୀପାଟଣାରେ ୪୦, ବଲାଙ୍ଗିରରେ ୪୦.୩ ଏବଂ ନୟାଗଡରେ ୪୦ ଡିଗ୍ରୀ ତାପମାତ୍ରା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.