ଇଡ଼କୋ ସହକାରୀ ପରିଚାଳକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଡେସ୍କ: ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଇଡ଼କୋ ସହକାରୀ ପରିଚାଳକ ମନୋଜ କୁମାର ଲେଙ୍କାଙ୍କ ଘରେ ଚଢ଼ାଉ କରିଛି। ଭିଜିଲାନ୍ସ ଏକ ସଂଗେ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ମିଳିଛି। ହିଁ ଚଢ଼ାଉର ୨ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୨ ଜଣ ସବ-ଇନ୍ସପେକ୍ଟର ଓ ୫ ଜଣ ଏଏସଆଇ ସାମିଲ ହୋଇଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ୱାରେଣ୍ଟ ବଳରେ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ସମେତ ସାତଟି ସ୍ଥାନରେ ଏକ ସଂଗେ ଚଢ଼ାଉ ଜାରି ରହିଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର କୋରଡ଼କଣ୍ଟାରେ ଏକ ୩ ମହଲା କୋଠା, ପୁରୀରେ ଗ୍ରାଣ୍ଡ ଆସିଆନ ଆପାର୍ଟମେଣ୍ଟର ପଞ୍ଚମ ମହଲରେ ଏକ ଫ୍ଲାଟ, ପଟାମୁଣ୍ଡାଇ କେଶପୁରରେ ପୈତୃକ ଘର ଓ ବେଲତଳାରେ ୩ ମହଲା କୋଠା, ଭୁବନେଶ୍ୱର ରୁପାଲୀ ଛକ ସ୍ଥିତ ଇଡ଼କୋ କାର୍ଯ୍ୟାଳୟ, ଝାରପଡା ନୀଳାଦ୍ରି ନଗରରେ ଏକ ଘର ଏବଂ ଉତ୍ତରା ଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଚାଲିଛି।

Comments are closed.