ରାଜ୍ୟରେ ଆସନ୍ତା ସପ୍ତାହରେ ଟିକାକରଣ ଛୁଇଁବ ୪କୋଟି

ଭୁବନେଶ୍ବର : ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଆସନ୍ତା ସପ୍ତାହରେ ଟିକାକରଣ ସଂଖ୍ୟା ୪ କୋଟି ଟପିବ ବୋଲି ପରିବାର କଲ୍ୟାଣ ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଆଜି ରବିବାର ସତ୍ତ୍ବେ ୯ ଜିଲାରେ ୪୩୦ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ଏଥିରେ ୪୬ହଜାର ୯୨୪ ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୩କୋଟି ୮୮ଲକ୍ଷ ୩୮ହଜାର ୫୧୭ରେ ପହଞ୍ଚିଛି। ଆଜି ୨୦୯ ଗର୍ଭବତୀଙ୍କ ଟିକାକରଣ ପରେ ଏହି ବର୍ଗଙ୍କ ସଂଖ୍ୟା ୨ଲକ୍ଷ ୮୮ହଜାର ୬୯୩କୁ ଛୁଇଁଛି। ଆସନ୍ତାକାଲି ୨୩୮୦ଟି କେନ୍ଦ୍ରରେ ଟିକାକରଣ କରାଯିବ। ତେବେ ଦ୍ବିତୀୟ ପାନ ଟିକା ନେବାପାଇଁ ହିତାଧିକାରୀମାନେ ଆଗ୍ରହ ପ୍ରକାଶ କରୁ ନଥିବାରୁ ଅଭିଯାନ ଧିମେଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.