ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଦାବି ନେଇ ବିଜେଡି-ବିଜେପିର ଧାରଣା

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ବିିଭିନ୍ନ ଦାବି ନେଇ ମଙ୍ଗଳବାର ଉଭୟ ବିଜେଡି ଓ ବିଜେପି ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ତଥା ଅନ୍ୟାନ୍ୟ ବହୁ ଦାବି ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ବିଜେପି ପକ୍ଷରୁ ଏଜି ଛକ, ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି ଆଦି ବିଭିନ୍ନ ଛକରେ ବିଜେପୀ କର୍ମୀ ଓ ନେତା ଧାରଣା ଦେଇଛନ୍ତି। ଏହି ସମୟରେ ପୁଲିସ କିଛି କର୍ମୀଙ୍କୁ ଉଠାଇ ନେଇଛି। ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଏହାସହ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଛି।
ସେହିପରି କେନ୍ଦ୍ର ସରକାରଙ୍କ ୫ କିଲୋ ମାଗଣା ଚାଉଳ ବିବାଦ ଓ ଧାନକ୍ରୟ କ୍ଷେତ୍ରରେ ବଜେଟରେ ହୋଇଥିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Comments are closed.