ଏବେ ଖୋଲିବନି ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି । ସାମୟିକ ଭାବେ ପ୍ରାଥମିକ ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତିକୁ ସ୍ଥଗିତ ରଖିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲିଠୁ ଖୋଲିଥାନ୍ତା ପ୍ରାଥମିକ ସ୍କୁଲ । ବିଶେଷ ଭାବରେ ଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବଂ ସକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପୂର୍ବଭଳି ଜାରି ରହିବ ।

Comments are closed.