ଓଡ଼ିଶା ଫେରିଲେଣି ୧,୩୩, ୨୪୫ ପ୍ରବାସୀ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି।  ଆଜି ୧୭,୮୫୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ୧,୩୩,୨୪୫ ଜଣ ପ୍ରବାସୀ ଓଡ଼ିଶାକୁ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଲକ୍‌ ଡାଉନ୍‌ ସମୟରେ ଓଡ଼ିଶାରେ ଅଟକି ରହିଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା ଓ ଯତ୍ନ ଯୋଗାଇ ଦିଆଯାଉଛି। ସେମାନଙ୍କ ରହିବା ପାଇଁ ସୁବନ୍ଦୋବସ୍ତ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ଓ ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ପହଞ୍ଚାଇବା ପାଇଁ ବସ୍‌ର ସୁବ୍ୟବସ୍ଥା କରାଯାଇଛି।

 

Comments are closed.