ପରମ୍ପରା ଭାଙ୍ଗିଲେ କଣ ମହାପ୍ରଭୁ କ୍ଷମା ଦେବେ? ଜଗତଗୁରୁ ଶଙ୍କରାଚାର୍ଯ୍ୟ

ସମାଜ ପୋର୍ଟାଲ ଡେସ୍କ : ରଥଯାତ୍ରା ବନ୍ଦ ରଖିବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରଶ୍ନ କରିଛନ୍ତି ଯେ ଯଦି ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବେ ନାହିଁ, ତେବେ ରଥଯାତ୍ରା ନ ହେଲେ କଣ ଜଗନ୍ନାଥ କଣ କ୍ଷମା ଦେବେ? ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ରଥଯାତ୍ରା ବନ୍ଦ ନିଷ୍ପତ୍ତି କ୍ଷେତ୍ରରେ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଇନାହିଁ। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା ବୋଲି ସେ ମତ ରଖିଛନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି (ଦେଖନ୍ତୁ ଭିଡିଓ)

ସେ କହିଛନ୍ତି, ୨ହଜାର ୫୦୩ ବର୍ଷର ଏହି ପରମ୍ପରା ପାଳନ ପାଇଁ ସମସ୍ତେ ବ୍ୟଗ୍ର। ତେଣୁ ଶାସ୍ତ୍ରସମ୍ମତ ପ୍ରଥାକୁ ଆଧାର କରି ରଥଯାତ୍ରା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।

Comments are closed.