ଭୋଟ୍‍ ଗଣତି ପାଇଁ ପ୍ରସ୍ତୁତି ଚୂଡାନ୍ତ

ଭୁବନେଶ୍ୱର: ୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଗୁରୁବାର ଭୋଟ୍‍ ଗଣନା କରାଯିବ। ମୋଟ ୨,୪୬୨ଟି ଟେବଲରେ ଭୋଟ୍‍ ଗଣତି କରାଯିବ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ପୃଥକ୍‍ ପୃଥକ୍‍ ଭାବେ ୭ଟି ଟେବଲରେ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ଏହି କାର୍ଯ୍ୟରେ ୬,୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ଟେବଲରେ ୩ ଜଣ ଅଧିକାରୀ ରହିବେ। ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡରେ ଗଣତି କରାଯାଇ ପଳାଫଳ ଘୋଷଣା କରାଯିବ। ପାଟଣାଗଡରେ ସର୍ବାଧିକ ୪୯ଟି ରାଉଣ୍ଡରେ ଗଣତି ହେବ।

ସୁରେନ୍ଦ୍ର କୁମାର କହିଛନ୍ତି, ପ୍ରଥମେ ପୋଷ୍ଟାଲ ବାଲଟର ଗଣତି ହେବ ଏବଂ ୩୦ ମିନିଟ ପରେ ଇଭିଏମ୍‍ ଓ ଭିଭିପାଟ୍‍ର ଗଣତି କରାଯିବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଓ ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି। ଜଣେ ଅବଜରଭରଙ୍କ ଅଧୀନରେ ୩ଟି ଗଣତି କେନ୍ଦ୍ର ରହିବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫ ଟି ବୁଥ୍‍ ଭିଭିପାଟ୍‍ର ଗଣତି ହେବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଗଣତି କେନ୍ଦ୍ରକୁ କୌଣସି ଉଲେକ୍ଟ୍ରୋନିକ୍‍ ଜିନିଷ ନେବା ଉପରେ କଟକଣା ଜାରୀ କରାଯାଇଛି।

Comments are closed.