MEllora 950×100

ଲାଠୋର ଯିବା ରାସ୍ତା କଡ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି: ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା କଲେଜରୁ ଲାଠୋର ଯିବା ବାଟରେ ପ୍ରାୟ ୧ କିମି ରାସ୍ତା କଡ଼ ଜଙ୍ଗଲରୁ ପୁଲିସ ଏକ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଛି। ଘଟଣାସ୍ଥଳରେ ସନ୍ଧ୍ୟା ସୁଦ୍ଧା ବଲାଙ୍ଗୀର ଜିଲ୍ଲା ପୁଲିସ ହେଡ଼ କ୍ଵାଟର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶରୀରର ପ୍ରାୟ ୮୦ ଭାଗ ପୋଡ଼ି ଯାଇଥିବା ବେଳେ ୧୫ରୁ ୨୦ ବର୍ଷର ମହିଳା ବୋଲି ପୁଲିସ ଅନୁମାନ କରୁଛି। କେହି ହତ୍ୟା କରି ପୋଡି ଦେଇଥିବା ପୁଲିସ ସନ୍ଦେହ କରୁଛି। ଶବ ଚିହ୍ନଟ ହୋଇପାରିନଥିବା ବେଳେ ତଦନ୍ତ ଜାରି ରହିଛି।

Comments are closed.