MEllora 950×100

ମା’ ଦଧିଖାଇଙ୍କ ଚତୁର୍ଥ ବାର୍ଷିକ ଉତ୍ସବ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ପଞ୍ଚାୟତର ଦଧିଖାଇ ଗ୍ରାମରେ ଆରାଧ୍ୟ ଦେବୀ ମା’ ଦଧିଖାଇଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏ ଉପଲକ୍ଷେ ପୂର୍ବାହ୍ନରେ ସୂର୍ଯ୍ୟପୂଜା, ଦେବୀ ମଣ୍ଡନ, ଦେବତା ଆମନ୍ତ୍ରଣ ଆଦି କରାଯିବା ପରେ ହୋମ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ବାନାମ୍ବର ମିଶ୍ର ପୂଜା କାର୍ଯ୍ୟ ସଂମ୍ପାଦନ କରିଥିବା ବେଳେ କର୍ତା ଭାବେ ଗାନ୍ଧର୍ବ ସାହୁ, ଜୟନ୍ତୀ ସାହୁ କାର୍ଯ୍ୟ ସଂମ୍ପର୍ଣ୍ଣ କରିଥିଲେ। ପ୍ରଫେସର ପ୍ରଶାନ୍ତ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମର ସୁଲୋଚନା ଦଳେଇ, ମୁନୁ ଦଳେଇ, ଶ୍ରୀକାନ୍ତ କୁମାର ସାହୁ, ବୀରବର ସାହୁ, ବିନୟ ସାହୁ, ପୁରୁଷୋତମ ଦେହୁରୀ, ଅଲେଖ ବେହେରା, ଭ୍ରମରବର ବିଶ୍ୱାଳ, ମଳୟରଞ୍ଜନ ସାହୁ, ରତ୍ନାକର ସାହୁ, ଆଦିତ୍ୟ ସାହୁ ପ୍ରମୁଖ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଗ୍ରାମର ସମସ୍ତେ ସହଯୋଗ କରିଥିଲେ। ଏହି ଉତ୍ସବରେ ଗ୍ରାମର ଆଖପାଖ ଅଞ୍ଚଳରୁ ଦୁଇ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Comments are closed.