ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ

ଚୌଦ୍ୱାର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ପ୍ରତିଭା ସିଦ୍ଧେଶ୍ବର ନାୟକ ଅତିଥି ଭାବେ ଯୋଗଦେଇ ମହାରାଜାଙ୍କ ଜୀବନୀ ଆଲୋଚନା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଭାଷା ଆନ୍ଦୋଳନରେ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ ଥିଲାବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷାକେନ୍ଦ୍ରର ଭବାନୀ ଶଂକର ମୁର୍ମୁ, ଦିପ୍ତୀମୟୀ ବେହେରା, ଲାଲକୃଷ୍ଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଚାଳକ ରାଜେଶ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.