ଦଣ୍ଡନାଟ୍ୟ ସମାଜର ଚିନ୍ତନ ବୈଠକ

ଫୁଲବାଣୀ: କନ୍ଧମାଳ ଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ବିଜୁ ସ୍କୃତି କଲ୍ୟାଣ ମଣ୍ଡପ ଠାରେ ୨ ଦିନିଆ ମହାନ୍‌‌ ଲୋକନାଟ୍ୟ ଦଣ୍ଡନାଟ୍ୟ ସମାଜର ଚିନ୍ତନ ବୈଠକ ଆଜି ଉଦଘାଟିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ, ବୌଦ୍ଧ ଓ ଦଶପଲ୍ଳା ଅଞ୍ଚଳର ଶତାଧିକ ଦଣ୍ଡୁଆ, କର୍ମକର୍ତ୍ତା ଓ ଅନ୍ୟମାନେ ସାମିଲ୍‌‌ ହୋଇଥିଲେ। କନ୍ଧମାଳ ଜାଗରଣ ମଞ୍ଚର ଆବାହକ ପରେଶ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଶେଷଦେବ ଜାନୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଏଥିରେ ବିଶେଷ କରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ମହାନ୍‌‌ ଲୋକନାଟ୍ୟ ଦଣ୍ଡନାଟ୍ୟରେ ପରମ୍ପରକୁ ବଞ୍ଚାଇ ରଖିବା ଏବଂ ଦଣ୍ଡୁଆ ମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନିମନ୍ତେ ଆଲୋଚନା ହୋଇଛି।

ଏହାର ନିରାକଣ ଉପରେ ଆଲୋଚନା ସହିତ ଦଣ୍ଡୁଆ ମାନଙ୍କର କଳାକାର ଭତ୍ତା, କାମନା ଘରର ଉନ୍ନତି ପାଇଁ ସରକାରୀ ସାହାଯ୍ୟ ଓ ଦଣ୍ଡନାଚ ସମୟରେ କିଛି ଅଘଟଣ ଘଟିଲେ ୫ ଲକ୍ଷ ଟଙ୍କାର ସରକାରୀ ସହାୟତା ଦେବା ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଉଦ୍‌‌ଘାଟନି କାର୍ଯ୍ୟକ୍ରମରେ ପୂଜ୍ୟ ଶ୍ରୀ ଅଖଣ୍ଡାନନ୍ଦ ଗିରି, ଲକ୍ଷ୍ମ ନାରାୟଣ ନନ୍ଦ, ସ୍ୱାମୀ ଜଗଦାମୀ ବାବାଜୀ ମହାରାଜ୍‌‌, ନବ କିଶୋର ରଥ, ହାଡ଼ିବନ୍ଧୁ ମହାକୁଡ଼, ପୂଜ୍ୟ ଅବିନାଶ ଦାସ, ଜୀବନମୁକ୍ତାନନ୍ଦ ପୁରୀ, ଯୋଗୀରାଜ ଜୀ, ଭାସ୍କାରତୀର୍ଥ ମହାରାଜ, ଶ୍ରୀକୃଷ୍ଣାନନ୍ଦ ସରସ୍ୱତୀ, ବିନୟ ଭୂୟାଁଙ୍କ ଭଳି ବହୁ ସାଧୁସନ୍ଥ ଓ ଅତିଥିମାନେ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ନବୀନ କିଶୋର ପଣ୍ଡା, ଦୁଷ୍ମନ୍ତ ମାର୍ଥା, ଦିବ୍ୟ ରଂଜନ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ନନ୍ଦ ଓ ଅନ୍ୟମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସଂନ୍ଧ୍ୟାରେ ଦଣ୍ଡନାଚର ଗୀତ ଦଣ୍ଡ୍ରୁଆ ମାନଙ୍କ ଦ୍ୱାରା ପରିବେଷଣ ସହିତ ଦଣ୍ଡ ବିଷୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ତିନୋଟି ଜିଲାର ଶହ ଶହ ସଂଖ୍ୟାରେ ଦଣ୍ଡୁଆ ମାନେ ଯୋଗ ଦେଇଥିଲେ।

Comments are closed.