MEllora 950×100

ନିରାପତ୍ତା ଓ ଆଧୁନିକୀକରଣ ନିମନ୍ତେ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସରଲା – ଶାସନ – ରେଙ୍ଗାଲି ଷ୍ଟେସନ ମଧ୍ୟରେ ଜରୁରୀ କାଳୀନ ନିରାପତ୍ତା ଓ ଆଧୁନିକୀକରଣ ନିମନ୍ତେ ଝାରସୁଗୁଡା – ସମ୍ବଲପୁର – ଝାରସୁଗୁଡା ମେମୁ ରେଳର ଚଳାଚଳ ଆଂଶିକ ବ୍ୟାହତ ହୋଇଛି। ଉପରୋକ୍ତ ରେଳ ଷ୍ଟେସନ ଗୁଡିକ ଅଞ୍ଚଳରେ ରେଳ ଧାରଣା ଗୁଡିକର ଜରୁରୀ ମରାମତି, ରକ୍ଷଣାବେକ୍ଷଣ ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଚଳିତ ମାସର ୧୪, ୧୬, ୧୮,୨୦,୨୩ ଓ ୨୫ ତାରିଖ ୬ ଦିନ ଧରି ମେମୁ ରେଳଗାଡି ସଂଖ୍ୟା ୦୮୧୬୯/୦୮୧୭୦ ଉଭୟ ପାର୍ଶ୍ବରୁ ଝାରସୁଗୁଡାରୁ ରେଙ୍ଗାଲି ମଧ୍ୟରେ ଚଳାଚଳ କରିବ। ରେଙ୍ଗାଲିରୁ ସମ୍ବଲପୁର ମଧ୍ୟରେ ଏହି ମେମୁ ରେଳଗାଡି ଉଭୟ ପାର୍ଶ୍ବରୁ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.