MEllora 950×100

ନବରଙ୍ଗପୁରର ‘ମଣ୍ଡେଇ’ ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଚୂଡାନ୍ତ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ଲୋକ ମହୋତ୍ସବ “ମଣ୍ଡେଇ” ପାଇଁପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏ ସଂପର୍କରେ ଜିଲାପାଳଙ୍କର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଂସ୍ଖୃତି ପରିଷଦର ଅଧ୍ୟକ୍ଷ ତଥା ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ଯୋଗଦେଇ “ମଣ୍ଡେଇ” ଲୋକ ମହୋତ୍ସବ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ଡିସେମ୍ବର ୧୦ରୁ ୧୨ ପର୍ଯ୍ୟନ୍ତ “ମଣ୍ଡେଇ” ମହୋତ୍ସବ ଅନୁଷ୍ଠିତ ହେବ। ଏହା ସହିତ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପଲ୍ଲୀଶ୍ରୀ ମେଳା ହେବ।

ଗତ ୨୦୧୯ ର “ମଣ୍ଡେଇ” ଅପେକ୍ଷା ଏହା ଅଲଗା କରାଯାଉଥିବା କହିଥିଲେ। ଚଳିତଥର ପ୍ରଥମଥର ପାଇଁ ସର୍ବାଧିକ ମୋଟ ୩୬୦ଟି ଷ୍ଟଲ କରାଯାଉଛି। ଏହା ସହିତ ରାସ୍ତାକଡରେ ବସୁଥିବା ଉଠାଦୋକାନୀଙ୍କୁ ସ୍ୱତନ୍ତ୍ର ଜାଗାରେ ବିନା ମୂଲ୍ୟରେ ପ୍ରଥମଥର ପାଇଁ ୧୬୦ଟି ଷ୍ଟଲ ଆବଣ୍ଟନ କରାଯିବ ବୋଲି କହିଥିଲେ। ପଲ୍ଲୀଶ୍ରୀ ମେଳା ସହିତ ଜିଲାର ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ରହିବ। “ମଣ୍ଡେଇ” ମହୋତ୍ସବ ପଡ଼ିଆରେ ୪୫ଟି ଖାଦ୍ୟଷ୍ଟଲ କରାଯାଉଛି। ଖାଦ୍ୟର ମାନକୁ ଖାଦ୍ୟ କମିଟି ତଦାରଖ କରିବ। ପାନୀୟ ଜଳ , ପାଇଖାନା ବ୍ୟବସ୍ଥା ପଡ଼ିଆର ଚାରିପଟେ କରାଯାଇଛି। ଏଥିପାଇଁ ୧୦ଟି ପାଇଖାନା ବ୍ଲକ କରାଯାଇଛି। ମହିଳାଙ୍କର ପାଇଁ ସ୍ୱତନ୍ତ୍ର ପାଇଖାନା ରଖାଯାଇଛି। ପାନୀୟ ଜଳ ପାଇଁ ୩ଟି ନଳକୂପ ରେ ପାଇପ ପାଣି ବ୍ୟବସ୍ଥା ହୋଇଛି। ସମଗ୍ର ପଡ଼ିଆରେ ଆଲୁଅ ପାଇଁ ୧୦ଟି ଲାଇଟ ଟାୱାର କରାଯାଇଛି। ଏଥିପାଇଁ ଦୁଇଟି ଉଚ୍ଚକ୍ଷମତା ସଂପନ୍ନ ଟ୍ରାନ୍ସଫର୍ମର ବସାଯାଇଛି। ପଡ଼ିଆରେ ଜରୁରୀକାଳନୀ ସେବା ପାଇଁ ଅଗ୍ନିନିର୍ବାପନରେ ୨୪ ଜଣିଆ ଟିମ୍‌‌ ରଖାଯାଇଛି। ସ୍ୱାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଓ ପୁଲିସ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ପୁଲିସ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ୨୬ଟି ସିସିଟିଭି କ୍ୟାମେରା ଲାଗିବ। ପଲ୍ଲିଶ୍ରୀ ମେଳାର କଣ୍ଟ୍ରୋଲ ରୁମ ରଖାଯାଇଛି।

ଏହି ଅବସରରେ ୧୦ ତାରିଖ ଦିନ ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସେଠାରୁ ଅପରାହ୍ନ ୧.୩୦ରେ ଶୋଭାଯାତ୍ରା ବାହାରିବ। “ମଣ୍ଡେଇ” ପଡ଼ିଆରେ ୫.୩୦ ସୁଦ୍ଧା ପହଞ୍ଚିବ। ମହୋତ୍ସବର ୩ଦିନ ସଂନ୍ଧ୍ୟା ଉଦ୍‌‌ଘାଟନ ଉତ୍ସବ ୬ରୁ ୭.୩୦ ମଧ୍ୟରେ ଶେଷ ହେବ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିରେ ୩ଟି ଅନ୍ୟ ରାଜ୍ୟ ରାଜ୍ୟ ସମେତ ଅନ୍ୟାନ୍ୟ ପ୍ରାୟ ୧୫ ଜିଲାରୁ ସାଂସ୍କୃତିକ ଦଳମାନେ ଭାଗ ନେବେ। ଏଡାଛଡା ୫ଦିନ ଧରି ଅହୋରାତ୍ର ଦେଶିଆନାଟ ପରିବେଷଣ କରାଯିବ।

“ମଣ୍ଡେଇ” ମହୋତ୍ସବର ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନୁସୂଚୀତଜାତି ଓ ଜନଜାତି ବିଭାଗ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା . ଜିଲାର ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦ, ସମସ୍ତ ବିଧାୟକ, ଏସଡିସି ନିର୍ଦ୍ଦେଶକ ଓ ଜିଲା ପରିଷଦ ସଭାପତି ଯୋଗଦେବେ।ଦ୍ୱିତୀୟ ସଂନ୍ଧ୍ୟାରେ ଅତିରିକ୍ତ ମୁଖ୍ୟାଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ କୃଷିବିଭାଗ ପ୍ରମୂଖ ଶାସନ ସଚିବ ଡଃ.ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗର ପ୍ରମୂଖ ସଚିବ ଶ୍ରୀ ଚଢାଙ୍କ ସମେତ କୋରାପୁଟ, ମାଲକାନଗିରି,ରାୟଗଡ଼ା ଓ କଳାହାଣ୍ଡି ଜିଲାର ଜିଲାପାଳ ମାନେ ଯୋଗଦେବେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ଡୋଲକିଆ ସମେତ ଜିଲାର ସାଂସଦ ଓ ବିଧାୟକମାନେ ଯୋଗଦେବେ। ପଶ୍ଚିମ ଓଡ଼ିଶାର ଲୋକ ପ୍ରିୟ ମଣ୍ଟୁ ଛୁରିଆ ଗୃପ ଯୋଗଦେବେ ବୋଲି କହିଥିଲୋ ଏହି “ମଣ୍ଡେଇ” ମହୋତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଥିଲେ।

ଏହି ଉତ୍ସବରେ ୩୦୦ଟି ଭିଆଇପି ପାସ କରାଯାଇଥିବାବେଳେ ଜିଲାସ୍ତରୀୟ ସାମ୍ବାଦିକଙ୍କର ପାଇଁ ମଧ୍ୟ ପାସ୍‌‌ ବ୍ୟବସ୍ଥା କରାଯାଇଥିବା କହିଥିଲେ। “ମଣ୍ଡେଇ” ମହୋତ୍ସବ ରେ ଯୋଗଦେଇ ଉପଭୋଗ କରିବାକୁ ଜିଲାବାସୀଙ୍କର ଜିଲାପାଳ ଡଃ.ମିଶ୍ର ନିବେଦନ କରିଛନ୍ତି। ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ କହିଥିଲେଯେ, “ମଣ୍ଡେଇ” ମହୋତ୍ସବର ପ୍ରଥମଦିନର ଶୋଭାଯାତ୍ରାରେ ମା” ଭଣ୍ଡାର ଘରଣୀ ମନ୍ଦିରରୁ ବାହାରିବ। ଭୀମଭୀମାଣୀ ଦେବାଦେବୀଙ୍କର ପାଇଁ ସ୍ୱତନ୍ତ୍ର ସୁସଜ୍ଜିତ ଗାଡି କରାଯାଇଛି। ଏହା ସହିତ ଅତିଥିମାନଙ୍କର ପାଇଁ ଅନ୍ୟ ଗାଡି ରହିବ। ଏହି ଶୋଭାଯାତ୍ରାରେ ୧୬ଟି ସାଂସ୍କୃତିକ ଦଳ ଭାଗନେବେ। ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଓ କୁର୍ଚ୍ଚି ରହିବ। ଏହି ଶୋଭାଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ଭୀମାଭୀମାଣୀଙ୍କର ପୂଜାର୍ଚ୍ଚନା କରାଯିବ ବୋଲି କହିଥିଲେ। ଏସ୍‌‌ପି ଏସ୍‌‌.ସୁଶ୍ରୀ କହିଥିଲେ ଯେ, “ମଣ୍ଡେଇ” ମହୋତ୍ସବ ସୁରକ୍ଷା ପାଇଁ ୧୫ ପ୍ଳାଟୁନ ପୁଲିସ ବ୍ୟବସ୍ଥା କରାଯାଇଛି। ଏଥିରେ ଆଇଆରପିଏଫ, ଡିଏ ପିଏଫ , ଏପିଆରଏଫ ଓ ମହିଳା ପୁଲିସ ବାହୀନୀ ରହିବେ। ୨୦୦ ହୋମଗାର୍ଡ, ୧୫ ପୁଲିସ ଅଫିସର ରହିବେ। ସିସିଟିଭି ମାଧ୍ୟମରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯିବ। ୨୪ଘଣ୍ଟିଆ ପୁଲିସ କଣ୍ଟ୍ରୋଲ ରୁମ ରହିବ। ଅସାମାଜିକଙ୍କର ପ୍ରତିକଡା ନଜର ରଖାଯିବ ବୋଲି କହିଥିଲେ। ଏହାଛଡା ଟ୍ରାଫିକ ପ୍ରତି ଦୃଷ୍ଟି ଦିଆଯାଇ ଯାନବାହନ ଚଳାଚଳର ରାସ୍ତା ପରିବର୍ତ୍ତନ ସଂପର୍କରେ ସୁଚନା ଦେଇଥିଲେ। ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଡିଏସପି ଡଃ.ଚନ୍ଦ୍ର ଶେଖର ହୋତା ଓ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.