MEllora 950×100

ପଦ୍ମଭୂଷଣ ରାଧାନାଥ ରଥଙ୍କ ୧୨୬ ତମ ଜୟନ୍ତୀ ପାଳିତ

କାମାକ୍ଷାନଗର: କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଠକ ବିଚାର ମଞ୍ଚ ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଚାର ମଞ୍ଚର ବରିଷ୍ଠ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ ଯୋଗ ଦେଇ ଡ଼ଃ ରାଧାନାଥ ରଥଙ୍କ ଜୀବନୀ ଉପରେ ଆଲୋକପାତ କରି ସମାଜ ଅନୁଷ୍ଠାନ ଓ ଲୋକସେବକ ମଣ୍ଡଳ ପ୍ରତି ଥିବା ଅବଦାନ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉପଦେଷ୍ଟା ଜ୍ଞାନ ରଞ୍ଜନ ମିଶ୍ର ଡ଼ଃ ରଥଙ୍କ ସ୍ମୁତି ଚାରଣ କରି ଅବହେଳିତ ଓଡିଶାର ଜୀବନ ଗାଥାକୁ ପୁରପଲ୍ଲୀରେ ପହଞ୍ଚାଇବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତାବ୍ୟକ୍ତ କରିଥିଲେ। ମଞ୍ଚର ସଂମ୍ପାଦକ ଶରତ ଚନ୍ଦ୍ର ବେହେରା, ଆମ୍ବେଦକର ମୂଳନୀବାସୀ ଦଳିତ ସେବା ସଂଘ ସଭାପତି ଭିକାରି ଚରଣ ନାୟକ ଡ଼ଃ ରଥଙ୍କର ସମାଜ ଖବରକାଗଜ ପ୍ରତି ଥିବା ଅବଦାନ ଉପରେ ଆଲୋଚନା କରିଥିଲେ। ମଞ୍ଚର ସଦସ୍ୟ ମଧୁସୂଦନ ରାଉତ, ଶକ୍ତି ପ୍ରସାଦ ଦାଶ, ଦୁର୍ଗା ପ୍ରସାଦ ତ୍ରିପାଠୀ, ଦୀପକ କୁମାର ତ୍ରିପାଠୀ, ପ୍ରଦୀପ କୁମାର ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ମଞ୍ଚର ଯୁଗ୍ମ ସଂମ୍ପାଦକ ସୁନୀଲ କୁମାର ଗୌଡା ଧନ୍ୟବାଦ ଦେଇଥିଲେ।

Comments are closed.