MEllora 950×100

ଅସ୍ତ୍ର ନୁହେଁ କଲମ ଦ୍ୱାରା ଲଢେଇ କରି ବିଜୟ ଲାଭ କଲେ ଜାତି ସମାଜର ଉନ୍ନତି ହେବ

କଲମପୁର: ରାଜପୁତ କ୍ଷତ୍ରୀୟ ପାଇକ ଜାତି ଏକ ଦୁର୍ଦ୍ଦଶ ଲଢୁଆ ଜାତି। ଯୁଦ୍ଧ କ୍ଷେତ୍ରରେ ନିଜ ଜୀବନକୁ ବାଜି ଲଗାଇ ପ୍ରତିପକ୍ଷଙ୍କୁ ପ୍ରତିହତ କରିବା ପାଇଁ ପ୍ରୟାସ କରିଥାନ୍ତି ଏହି ଜାତି। ରାଜତନ୍ତ୍ର ସମୟରୁ ଏହି ଜାତି ସେନାବାହିନୀର ଦାୟିତ୍ୱ ସମ୍ପାଦିତ କରି ଆସୁଛି। ଯଦି ଇତିହାସ ଅବଲୋକନ କରିବା ତେବେ ପ୍ରଥମ ସ୍ୱାଧିନତା ସଂଗ୍ରାମ ଏହି ପାଇକ ଜାତି ହିଁ ଆରମ୍ଭ କରିଥିଲା। କିନ୍ତୁ ଏବେ ସେ ଅସ୍ତ୍ର ଯୁଦ୍ଧର ସମୟ ନାହିଁ। ତେଣୁ ନିଜ ଜାତି ନିଜ ସମାଜର ଉନ୍ନତି କରିବାକୁ ହେଲେ ଅସ୍ତ୍ର ନୁହେଁ ବରଂ କଲମ ମାଧ୍ୟମରେ ଯୁଦ୍ଧ କରିବାକୁ ହେବ। ଅର୍ଥାତ ଜାତି ସମାଜର ବିକାଶ ପାଇଁ ଶିକ୍ଷାର ବିକାଶ କରିବାକୁ ହେବ। ତେବେ ଯାଇ ରାଜପୁତ କ୍ଷତ୍ରୀୟ ପାଇକ ଜାତିର ବିକାଶ ହେଇ ପାରିବ ବୋଲି କଲମପୁର ବ୍ଲକ ଅଧିନସ୍ଥ ଦେପୁର ଧାନ ମଣ୍ଡି ଠାରେ ଦେପୁର ପଲ୍ଲୀ ସଭାପତି ହଟ କିଶୋର ସାହାଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜପୁତ କ୍ଷତ୍ରୀୟ ପାଇକ ସମାଜର ଦେପୁର ଉପମଣ୍ଡଳର ସାଧାରଣ ବୈଠକ ଅବସରରେ ମଂଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଶ୍ରୀ ସାହାଣୀଙ୍କୁ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭଇଁରୀଗୁଡା ପଶ୍ଚିମ ମଣ୍ଡଳ କୁଳପତି ରଜନୀକାନ୍ତ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂଗଠଆନିକ ସମ୍ପାଦକ ଶେଷ ଦେବ ପାତ୍ର, କୋଷାଧ୍ୟକ୍ଷ ଦିତୀକୃଷ୍ଣ ପୁଝାରୀ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ବାଣୁଆଁ, ଦଶ ମହାସଭାର ନିର୍ବାଚନ ଅଧିକାରୀ ଯୁଗଳ କିଶୋର ନାଏକ ଦେପୁର, ପୋଟେସ, ବନ୍ଧକନା, ଭଇଁରୀ, ନୁଆଗାଁ, ପାତ୍ରବସା, ବର୍ଚ୍ଛି ଆଦି ୭ ଗୋଟି ପଲ୍ଲୀ କମିଟିର କର୍ମକର୍ତା ଏହି ଉପଣ୍ଡଳ ବୈଠକରେ ଉପସ୍ଥିତ ରହିଥିଲେ। ଏ ଅବସରରେ ଉପମଣ୍ଡଳ କମିଟିର ପୁନଃ ଗଠନ କରାଯାଇଥିଲା। ସର୍ବ ସମ୍ମତିକ୍ରମେ କୁଳସୋଦର ଭାବେ ଘନଶ୍ୟଆମ ଗୁରୁଙ୍କୁ ଚୟନ କରାଯାଇଥିବା ବେଳେ ଉପକୁଳ ସୋଦର ଭାବେ ବିଜୟ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ଭାବେ ଶୁସାନ୍ତ କୁମାର ଜଗରୀଆ, ସହ ସମ୍ପାଦକ ଭାବେ ଗୋବିନ୍ଦ ଦଣ୍ଡସେନା ଏବଂ କୋଷାଧ୍ୟକ୍ଷ ଭାବେ ମାର୍କଣ୍ଡ ବିଶିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ନବ ନିର୍ବାଚିତ କମିଟିର ସଦସ୍ୟ ମାନେ ଜାତି ସମାଜର ଉନ୍ନତି ସହ ପରସ୍ପର ମଧ୍ୟରେ ସହଯୋଗ ନେଇ ଜାତି ସମାଜର ସମ୍ବିଧାନ ଅନୁସାରେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଲଗୋପାଳ ତେଣ୍ଡକାରୀ ପରିଚାଳନା କରିଥିବା ବେଳେ ମିଲିନ ପାତ୍ର, ସଞ୍ଜୟ ଟେଣ୍ଡକାରୀ, ଜିମୁତ ବାହାନ ପ୍ରଧାନୀ, ନୃସିଂହ ପାତ୍ର, ରୁଦ୍ର ପ୍ରସାଦ ପଟ୍ଟନାୟକ, ଲଳିତ କୁମାର ରାୁତ, ଶୁସିଲ କୁମାର ବାଣୁଆ ଏବଂ ବସନ୍ତ କୁମାର ରାଉତ ପ୍ରମୁଖ ଯୁବ କର୍ମୀ ସକ୍ରିୟ ସହଯୋଗ କରିଥିଲେ। ଏ ଅବସରେ ବିଭିନ୍ନକ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଜାତି ସମାଜର ବ୍ୟକ୍ତି ବିଶେଷ, ମଂଚାସୀନ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଶ୍ରୀମଦ୍‌‌ ଭଗବତ ଗୀତା ପ୍ରଦାନ କରାଯାଇଥିଲା।

Comments are closed.