MEllora 950×100

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫିରିଙ୍ଗିଆ ପୁଲିସ ତେବେ ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡେରାକୁମ୍ପା ଗାଁର ପୁରୁଷୋତ୍ତମ କହଁର ନାମକ ଜଣେ ବ୍ୟକ୍ତିଙ୍କ ୨୧ ବର୍ଷୀୟ ପୁଅ କୈଳାଶ କହଁର ଫିରିଙ୍ଗିଆ ଅଂଚଳର ଜନୈକ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ତାକୁ ଅପହରଣ କରିନେବା ଓ ପରେ ତା ସହ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ବାପା ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ। ନାବାଳିକାର ବାପାର ଅଭିଯୋଗ ପ୍ରକାରେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ପରେ କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ ଉଭୟ ନାବାଳିକା ଓ ଅଭିଯୁକ୍ତ ଯୁବକଙ୍କୁ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଥିଲା। ତେବେ ସର୍ଜମିନ ତଦନ୍ତ ପରେ ଅଭିଯୁକ୍ତ ଯୁବକଙ୍କୁ ପକସୋ ଅଧିନିୟମ ଅନୁସାରେ ବିଭିନ୍ନରେ ରବିବାର ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Comments are closed.