MEllora 950×100

ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ନାବାଳକକୁ ଉଦ୍ଧାର

ବୌଦ୍ଧ: ଆଜି ସଂଧ୍ୟା ସମୟରେ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲସରଡା ନିକଟରୁ ଜଣେ ୭ ବର୍ଷର ପିଲାକୁ ଉଦ୍ଧାର କରାଯାଇଛି। ମିଳିଥିବା ଖବର ଅନୁସାରେ ୫୭ନଂ ଜାତୀୟ ରାଜପଥରେ ସିଙ୍ଗାରୀ ଠାରୁ ବୌଦ୍ଧ ଅଭିମୁଖେ ଏକୁଟିଆ ଚାଲିଚାଲି ଯାଉଥିବା ଜଣେ ପିଲାକୁ ଦେଖି ବିଶ୍ବଜିତ୍ ନାଏକ ନାମକ ଜଣେ ହୋମଗାର୍ଡ ପିଲାକୁ ଦେଖି ସନ୍ଦେହ ହେବାରୁ ରାସ୍ତାରେ ପିଲାକୁ ଅଟକାଇ ପଚରାଉଚୁରା କରିଥିଲେ। ପରେ ବାଉଁଶୁଣୀ ଥାନା ଅଧିକାରୀ ଅରୁଣ ସିଂଙ୍କୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଥାନା ଅଧିକାରୀ ସାହାଜପାଲରେ ଡ୍ୟୁଟିରେ ଥିବା ହୋମଗାର୍ଡ ବନମାଳି ବେହେରା ଓ ବସନ୍ତ ମହାରଣାଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ। ପିଲାକୁ ବିସ୍କୁଟ୍, କୁରକୁରି ଖାଇବାକୁ ଦେଇ ତାର ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ। ବହୁ ସମୟ ପରେ ପିଲାଟି ନିଜର ଠିକଣା କହିଥିଲା। ସେ ବାଉଁଶୁଣୀ ଥାନା ଗୋବିନ୍ଦପୁର ଗ୍ରାମର ବୋଲି ଜଣାପଡିବା ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପରିବାର ଲୋକଙ୍କୁ ଖବର ଦେଇ ପିଲାଟିକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପରିବାର ଲୋକଙ୍କ କହିବା କଥା ଦିନ ୩ଟାରୁ ପିଲାକୁ ଘରେ ଦେଖିନଥିଲେ। ପରିବାର ସହ ଗ୍ରାମବାସୀ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଉନଥିଲେ। ପୁଲିସ ହୋମଗାର୍ଡଙ୍କ ଏଭଳି ମହତ କାର୍ଯ୍ୟକୁ ପରିବାର ସହ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Comments are closed.