MEllora 950×100

ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ

କଣ୍ଟାବାଞ୍ଜି: ସେ ନିଜେ ନିଜର ଇତିହାସକୁ କହିଥାନ୍ତି,”ବିଫଳତାର ସୋପାନରେ ସଫଳତାର ସ୍ପନ୍ଦନ”। କଣ୍ଟାବାଞ୍ଜି ମାଟିରେ ପଲ୍ଲବିତ ଏଇ ମଣିଷ ଦଶମ ପାସ କଲାପରେ ମହାବିଦ୍ୟାଳୟରେ ପାଦ ପକାଇବାର ସୁଯୋଗ ପାଇନଥିଲେ ସୁଦ୍ଧା ସମୟଚକ୍ରରେ ଗୋଟିଏ ପରେ ଗୋଟିଏ ଏପରି ନଅଗୋଟି ବିଶ୍ୱବିଦ୍ୟାଳୟର ବିଭିନ୍ନ ଜାତୀୟ, ଆନ୍ତର୍ଜାତୀୟ ସେମିନାର ତଥା ସମ୍ମିଳନୀରେ ତାଙ୍କରି ସଂପୃକ୍ତି ରହିଆସିଛି। ଆନନ୍ଦର ବିଷୟ ଏହିକି ଯେ ଚଳିତ ମାସ ଡିସେମ୍ବର ୨ଓ ୩ ତାରିଖ ଦୁଇଦିନ ଧରି ନୂଆରାୟପୁରସ୍ଥିତ କଳିଙ୍ଗ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ଆନ୍ତର୍ଜାତିକ ସମ୍ମିଳନୀରେ ନିମନ୍ତ୍ରଣ କ୍ରମେ ଯୋଗଦାନ କରିଥିଲେ। ଏଣୁ ବଲାଙ୍ଗୀର ଜିଲ୍ଲାର ଶିଶୁ-ସାହିତ୍ୟିକ ମହଲରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି। ସେହି ନିଆରା ମଣିଷ ହେଉଛନ୍ତି ବରିଷ୍ଠ ଶିଶୁ-ସାହିତ୍ୟିକ ଗବେଷକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ।

Comments are closed.