ବାଇକ ଡ଼ିକି ତାଡି ୧ ଲକ୍ଷ ଟଙ୍କା ଲୁଟ

ପାଟଣା: ପାଟଣା ନଦୀକୂଳ ରାସ୍ତାରେ ଥିବା ଏକ ସିମେଣ୍ଟ ଦୋକାନ ନିକଟରୁ ଜଣେ ବ୍ୟବସାୟୀଙ୍କ ବାଇକ ଡିକି ଖୋଲି ଲୁଟେରା ଚତୁରତାର ସହ ୧ ଲକ୍ଷ ଟଙ୍କା, ଆଧାର ଓ ଗାଡି କାଗଜପତ୍ର ଭର୍ତି ଥିବା ବ୍ୟାଗ ଲୁଟି ନେଇଛି। ଖବରରୁ ପ୍ରକାଶ ଯେ ଟାଙ୍ଗରପଡ଼ାର ବ୍ୟବସାୟୀ ମାଧବାନନ୍ଦ ସାହୁ (୫୦) ଆଜି ପାଟଣା ବ୍ୟାଙ୍କ୍ ଅଫ ଇଣ୍ଡିଆ ରୁ ୧ଲକ୍ଷ ଟଙ୍କା ଉଠାଇ ତାଙ୍କର ଆଧାର ଓ ଗାଡି କାଗଜ ପତ୍ର ଥିବା ବ୍ୟାଗରେ ଟଙ୍କା ପୁରାଇ ଏହାକୁ ବାଇକ ଡିକିରେ ରଖିଥିଲେ। ଏହାପରେ ସେ ନଦୀ କୂଳ ରାସ୍ତାରେ ଥିବା ଏକ ସିମେଣ୍ଟ ଦୋକାନ ନିକଟରେ ବାଇକ ରଖି ଦୋକାନ ଭିତରକୁ ଯାଇ କେତେ ବାକିଅଛି ପଚାରୁ ଥିବା ସମୟରେ ବାଇକରେ ଥିବା ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣେ ଏହି ବାଇକ ନିକଟକୁ ଆସି ନକଲି କାଠିରେ ଡିକି ଖୋଲି ଟଙ୍କା ଭର୍ତ୍ତି ବ୍ୟାଗ ନେଇ ବାଇକ ଯୋଗେ ଫେରାର ହୋଇଯାଇ ଥିଲେ। ଘଟଣା ଘଟିବା ପରେ ମାଧବାନନ୍ଦ ପାଟଣା ଥାନାରେ ଏତଲା ଦେଇଛନ୍ତି। ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣାର ଛାନ ଭିନ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଲୁଟେରାଙ୍କ ପତ୍ତା ମିଳି ନାହିଁ।

Comments are closed.