ମିଠା ଦୋକାନ ସିଲ କଲା ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ବଡ ବଜାର ମାର୍କେଟ କମ୍ପ୍ଲେକ୍ସରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ପୋଲିସ ପ୍ରଶାସନ ସିଲ କରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଏକ ପ୍ରକାର ଚାପା ଉତେଜନା ପ୍ରକାଶ ପାଇଥିଲା। ଏପରିକି ଦୋକାନୀ ମାଲିକଙ୍କ ଭାଇ ଓକିଲ ଅଜୁ ପଟ୍ଟନାୟକ ପୁଲିସ ସହ ଏହି ଘଟଣା ନେଇ ପ୍ରବଳ ଯୁକ୍ତି ତର୍କ ହୋଇଥିଲା। ଶେଷରେ ପୁଲିସ ଏସ. ଡି ଏମ ଦ୍ଵାରା ହୋଇଥିବା ନୋଟିସ ପ୍ରକାରେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ଉଭୟ ପକ୍ଷ ସେହି ସ୍ଥାନକୁ ଯିବା ନେଇ ବାରଣ କରାଯାଇଛି।

ଦୀର୍ଘ ମାସ ହେବ ଦୋକାନ ମଲିକ ଓ ଘର ମଲିକଙ୍କ ମଧ୍ୟରେ ବିବାଦୀୟ ପରସ୍ଥିତି ଲାଗି ରହିଛି। ଘର ମଲିକଙ୍କ ଅଭିଯୋଗ କ୍ରମେ ବୁଧବାର ଦିନ ପୋଲିସ ପ୍ରଶାସନ ଦୋକାନ ସିଲ କରିବା ପାଇଁ ଆସିଥିଲେ। ପୋଲିସ ଡ଼ାକବାଜି ଯନ୍ତ୍ର ସହାୟତାରେ ଦୋକାନ ମାଲିକଙ୍କୁ ଅଧଘଣ୍ଟା ମଧ୍ୟରେ ଦୋକାନ ଖାଲି କରିବାକୁ ଘୋଷଣା କରିଥିଲେ। ଏକ ନୋଟିସ ଦୋକାନ ଉପରେ ପୋଲିସ ଲଗାଇଥିଲା। କେହି ନ ଆସିବାରୁ ପୋଲିସ ବାଧ୍ୟ ହୋଇ ମାଜିଷ୍ଟ୍ରେଟ ତଥା ତହସିଲଦାର ଅରୁଣ କୁମାର ନାୟକ, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଷାନଙ୍କ ଉପସ୍ଥିତରେ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା, ମହିଳା ଏସଆଇ ସୁପ୍ରଭା ସାହୁ ପ୍ରମୁଖ ଦୋକାନ ଭିତର ପଟୁ ବନ୍ଦ ଥିବା ସଟର ବାହାର କରିଥିଲେ। ପରେ ଦୋକାନ ମଲିକଙ୍କ ଭାଇ ତଥା ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ଆସି ଦୋକାନ ଭାଙ୍ଗିବାକୁ ଅର୍ଡର ଅଛି କି ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ। ଯାହା ଫଳରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଦୀର୍ଘ ସମୟ ପର୍ୟ୍ୟନ୍ତ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ କିଛି ମହିଳା ଗଣେଶ ଦୋକାନରେ ପଶି ଦୋକାନ ସାମଗ୍ରୀ ସବୁ ରୋଡ଼ ଉପରକୁ ଫିଙ୍ଗି ଦେଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା। ଘର ମାଲିକ ଉକ୍ତ ମହିଳାଙ୍କୁ ୫ ଶହ ଟଙ୍କା ଦେଇ ଦୋକାନ ସାମଗ୍ରୀ ବାହାର କରିବାକୁ ଡାକିଥିଲେ ବୋଲି ଭିଡ଼ିଓ ଭାଇରଲ ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ ଦୋକାନ ମାଲିକଙ୍କୁ ଠେଲାପେଲା କରିବାରୁ ତାଙ୍କ ହାତରେ ଆଘାତ ଲାଗିଛି ବୋଲି ଓକିଲ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Comments are closed.