ଏକଦିବସୀୟ କ୍ରିକେଟ ମ୍ୟାଚ ; ଛତିଶଗଡ ବିଜୟୀ

ଗୁରୁଡିଝାଟିଆ :  ଓଡିଶା କ୍ରିକେଟ ଆସୋସିଏସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ କପୁରସିଂ ସ୍ଥିତ ଏମଜିଏମ ସ୍ପୋର୍ଟସ ସ୍କୁଲ ଓ କ୍ରିକେଟ ଉତ୍କର୍ଷ କେନ୍ଦ୍ର ଖେଳପଡିଆରେ ଆୟୋଜିତ ୫୦ ଓଭର ବିଶିଷ୍ଟ ଏକଦିବସୀୟ କ୍ରିକେଟ ମ୍ୟାଚରେ ଓଡିଶା ଦଳକୁ ଛତିିଶଗଡ ୬୫ରନରେ ପରାସ୍ତ କରି ବିଜୟୀ ହେବା ସହ ଗତକାଲି ଅନୁଷ୍ଠିତ ଟି-୨୦ ପରାଜୟର ପ୍ରତିଶୋଧ ନେଇଛି । ଛତିଶଗଡ ଦଳ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୨୫୩ରନ କରିଥିଲେ। ଏହାର ଜବାବରେ ଓଡିଶା ଦଳ ବ୍ୟାଟିଂ ଆରମ୍ଭ କରି ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଛତିଶଗଡ ଦଳର ବୋଲିଂକୁ ସାମ୍ନା କରି ନପାରି ଓଡିଶାର ସମସ୍ତ ବ୍ୟାଟସମ୍ୟାନ ୪୬ ଓଭରରେ ଆଉଟ ହୋଇ ୧୮୮ରନ କରିବାକୁ ସକ୍ଷମ ହୋଇଥିଲା। ଏମଜିଏମ ସ୍ପୋର୍ଟସ ସ୍କୁଲ ଓ କ୍ରିକେଟ ଉତ୍କର୍ଷ କେନ୍ଦ୍ରର ନିର୍ଦେଶକ ତଥା ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଖେଳରେ ଓସିଏର ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ।

Comments are closed.