ମୁଣ୍ଡ ପିଛା ୫କି.ଗ୍ରା ଚାଉଳରୁ ବଞ୍ଚିତ ; ବିଜେଡିର ଗଣଧାରଣା ଓ ପ୍ରତିବାଦ ସଭା

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ  ଗଣଧାରଣା ଓ ପ୍ରତିବାଦ ସଭା

କେନ୍ଦୁଝରଗଡ଼ : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ ବନ୍ଦ କରିଦେବା ଫଳରେ ମାସିକ ଅତିରିକ୍ତ ୫ କି.ଗ୍ରା ଚାଉଳ ହିତାଧିକାରୀଙ୍କୁ ଆଉ ମିଳିବନି । ଫଳରେ ରାଜ୍ୟର ୩.୨୫କୋଟି ଲୋକ ତଥା ଲକ୍ଷ ଲକ୍ଷ ଚାଷୀ ଏଥିଯୋଗୁଁ ପ୍ରଭାବିତ ହେବାକୁ ଥିବାରୁ ଏହାର ପ୍ରତିବାଦରେ ସାରା ରାଜ୍ୟରେ ଶାସକ ବିଜେଡି ପକ୍ଷରୁ ଜିଲାପାଳ, ବ୍ଲକ ଓ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ଓ ନେତା ସ୍ଥାନୀୟ କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବତନ ଜିଲା ବିଜେଡି ସଭାପତି ତଥା ବରିଷ୍ଠ ନେତା ଆଶିଷ ଚକ୍ରବର୍ତ୍ତୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଗଣଧାରଣାରେ ଲୋକସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପୂର୍ବତନ କେନ୍ଦୁଝର ନଗରପାଳ ମୀନା ମାଝୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ବିଜେଡି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସୌମ୍ୟଶଙ୍କର ଚକ୍ର, ଦେବୁ ପଟ୍ଟନାୟକଙ୍କ ସମେତ ବହୁ ନେତା ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ କେନ୍ଦ୍ର ସରକାର ବନ୍ଦ କରିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ ।  କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ ନକରି ପୂର୍ବଭଳି କାର୍ଯ୍ୟକାରୀ କରିବା ଦାବିରେ ବିଜେଡିର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା 

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ ବନ୍ଦ କରିଦେବା ଫଳରେ ମାସିକ ଅତିରିକ୍ତ ୫ କି.ଗ୍ରା ଚାଉଳ ହିତାଧିକାରୀଙ୍କୁ ଆଉ ମିଳିବନି । ଫଳରେ ଲକ୍ଷ ଲକ୍ଷ ଚାଷୀ ଏଥିଯୋଗୁଁ ପ୍ରଭାବିତ ହେବାକୁ ଥିବାରୁ ଏହାର ପ୍ରତିବାଦରେ ସାରା ରାଜ୍ୟରେ ଶାସକ ବିଜେଡି ପକ୍ଷରୁ ଜିଲାପାଳ, ବ୍ଲକ ଓ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କେନ୍ଦୁଝରଗଡ ପୌରପାଳିକାର ଉପାଧ୍ୟକ୍ଷ ବରଦାପ୍ରସନ୍ନ ଦାସ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ପୂର୍ବତନ କେନ୍ଦୁଝର ନଗରପାଳ ମୀନା ମାଝୀ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ବିଜେଡି ନେତା ଦେବୁ ପଟ୍ଟନାୟକ, କାଉନସିଲର ଶରତ କୁମାର ସାହୁ, ଅଭିନାଶ ମିଶ୍ର, ଦୟାନିଧି ପାତ୍ର, କରୁଣାକର ମାରାଣ୍ଡି, ହେମନ୍ତ ପତି, ଭଗବାନ ନାଏକ, ପୂର୍ବତନ କାଉନସିଲର ପରେଶ ପ୍ରଧାନ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ କେନ୍ଦ୍ର ସରକାର ବନ୍ଦ କରିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଥିଲେ ।

ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ ବନ୍ଦ କରିଦେବା ପ୍ରତିବାଦରେ ସାରା ରାଜ୍ୟରେ ଶାସକ ବିଜେଡି ପକ୍ଷରୁ ଜିଲାପାଳ, ବ୍ଲକ ଓ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ବିଜେଡି ସଭାପତି ଚକ୍ରଧର ପରିଡାଙ୍କ ନେତୃତ୍ୱରେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଜିଲାପରିଷଦ ସଦସ୍ୟା ଲିଳାବତୀ ମହାନ୍ତ, ବିଜେଡି ନେତା ଅନାଦି ପ୍ରଧାନ, ଜଗଦୀଶ ଆପଟ୍ଟ, ଦିବ୍ୟଲୋଚନ ସାହୁ, ହୃଦାନନ୍ଦ ପ୍ରଧାନ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି କେନ୍ଦୁଝର ସଦର ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ)କୁ କେନ୍ଦ୍ର ସରକାର ବନ୍ଦ କରିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିବା ସହ ଏହାକୁ ପୂର୍ବଭଳି କାର୍ଯ୍ୟକାରୀ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.