MEllora 950×100

ଦୁତିକା ସାହୁ ମହାବିଦ୍ୟାଳୟରେ ବିଶ୍ବ ଏଡସ ଦିବସ ପାଳିତ

ରେଙ୍ଗାଲି: ରେଙ୍ଗାଲି ବ୍ଲକର ଲଇଡାସ୍ଥିତ ଦୁତିକା ସାହୁ ମହାବିଦ୍ୟାଳୟରେ ଆଜି ବିଶ୍ବ ଏଡସ ଦିବସ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଶାଖା ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକଙ୍କ ସଭାପତିତ୍ବରେ ଏକ ଏଡସ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଯୁବ ରେଡ଼କ୍ରସ ଦାୟିତ୍ୱରେ ଥିବା ଅଧ୍ୟାପକ ଜିତେନ୍ଦ୍ର ପ୍ରସାଦ ସିଂହ, ଏନ୍ ଏସ୍ ଏସ୍ ପି ଓ ଅଧ୍ୟାପକ ବିଶ୍ୱନାଥ ପଟେଲ, ଅଧ୍ୟାପକ କୈଳାସ ବେହେରା, ଅଧ୍ୟାପିକା ଡ଼କ୍ଟର ନିରୋଜ ନଳିନୀ ପ୍ରଧାନ, ଅଧ୍ୟlପକ ଆଶିଷ ପାଣିଗ୍ରାହୀ, ଟିକେଶ୍ୱର କଣ୍ଟା ପ୍ରମୁଖ ଏହି ସଭାରେ ଏଡସ ରୋଗର ଲକ୍ଷଣ ଭୟାବହତା ଓ ଏହାର ନିରାକରଣ ତଥା ସତର୍କତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ।

Comments are closed.