MEllora 950×100

ସତ୍ୟଵାଦୀ ମଣ୍ଡଳ କ୍ରୀଡ଼ା ପ୍ରତିଯୋଗିତା, ୬୩ ଜଣ ଜିଲ୍ଲାସ୍ତରକୁ ମନୋନୀତ

ସାକ୍ଷୀଗୋପାଳ: ସତ୍ୟଵାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସତ୍ୟଵାଦୀ ଉଚ୍ଚ ବିଦ୍ୟାଳୟ ରେ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଲକ ଶିକ୍ଷା ଅଧିକାରୀ ଭଵମ୍ ପ୍ରଧାନ ଯୋଗଦେଇ ଥିଲେ। ବିଡ଼ିଓ ଲୋଚନ ଦାସ ଉଦଘାଟନ ଉତ୍ସବରେ ସଭାପତିତ୍ଵ କରିଥିବା ବେଳେ ମଣ୍ଡଳ କ୍ରୀଡା ସମ୍ପାଦକ ସୁଚିତ୍ର ଖଟେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଵାଡି, ଖୋଖୋ, ଫୁଟବଲ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଛାତ୍ର ମାନଙ୍କ ମଧ୍ୟରୁ ୬୩ ଜଣ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ବାଳକ ଵିଭାଗ କଵାଡିରେ ଜୟପୁର ପଞ୍ଚାୟତ ଚାମ୍ପିୟାନ, ଶୁକଳ ପଞ୍ଚାୟତ ରନର୍ସ ଅପ୍, ବାଳିକା ଵିଭାଗରେ ଅଳଗୁମ, ଜୟପୁର ରନର୍ସ ଅପ୍ ହୋଇଥିଲେ। ସେହିପରି ବାଳକ ଖୋଖୋ ରେ ଶୁକଳ ଚାମ୍ପିୟାନ ଓ ବାଳିକା ଵିଭାଗରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରନର୍ସ ଅପ୍ ଵିବେଚିତ ହୋଇଥିଲେ। ସତ୍ୟଵାଦୀ ବ୍ଲକର ୨୨ ଜଣ କ୍ରୀଡ଼ା ଶିକ୍ଷୟିତ୍ରୀ ଶିକ୍ଷକ ଓ ଆଖପାଖ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ସହଯୋଗ କରିଥିଲେ।

Comments are closed.