ଯାତ୍ରୀବାହି ଟ୍ରେନ ଧକ୍କାରେ ୧ ମୃତ

ପାଟଣା: ବଡ଼ବିଲ – ପୁରୀ ପlସେଞ୍ଜର ଟ୍ରେନ ମାଡ଼ିଯିବାରୁ ଜଣେ ଯୁବକର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ଟେଣ୍ଟେଇଟାଙ୍ଗର ସାହି ନିକଟରେ। ଉକ୍ତ ଗ୍ରାମର ରାମ ମୁଣ୍ଡାଙ୍କ ପୁଅ ବନମାଳୀ ମୁଣ୍ଡା (୩୦) ରେଳ ଧାରଣା ପାର ହେଉଥିବା ସମୟରେ ରେଳ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ସ୍ଥାନୀୟ ବାସିନ୍ଦା ତଥା ଜିଲ୍ଲା ପରିଷଦ ସଦସ୍ୟ ରଣଜିତ ନାୟକ, ଚନ୍ଦ୍ରକାନ୍ତ ସିଂ, ବିଜୁ ଦଳେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଗାଁ ପୁଲିସ ଓ ରେଳ ବିଭାଗକୁ ଖବର ଦେଇଥିଲ। ମୃତ ବନମାଳୀଙ୍କ ୨ ଟି ସନ୍ତାନ ଓ ସ୍ତ୍ରୀ ଅଛନ୍ତି।
Comments are closed.