MEllora 950×100

ମାଣବସା ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ହନୁମାନ ଜଙ୍ଗସନ କ୍ଲବର ପୂଜା କମିଟି ଆନୁକୂଲ୍ୟରେ କରାଯାଉଥିବା ମାଣବସା ଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ୧୧ଟି କଳସ ଯାତ୍ରା କରି ସ୍ଥାନୀୟ ତ୍ରିବେଣୀ ସଙ୍ଗମ ଠାରୁ ପୁରହିତ ଲାରା ମିଶ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାପାଠ କରି ଗଙ୍ଗାଙ୍କୁ ଆବାହନ କଳସରେ ସୁବାସିତ ଜଳ ନେଇ ଅସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।ଏହାପରେ ବାଣ ଫୁଟାଇ ବାଜାବାଜଣା ବଜାଇ ଜଗନ୍ନାଥମନ୍ଦିରରୁ ଆଜ୍ଞାମାଳ ନେଇ ଅସ୍ଥାୟୀ ମଣ୍ଡପରେ ରଖିଥିଲେ। ଆଜି ସକାଳୁ ରୀତିନୀତି ଅନୁଯାୟୀ ପୂଜା ଅଙ୍କୁରାରୋପଣ, ମଣ୍ଡଳ, ସୂର୍ଯ୍ୟ ପୂଜା, ମା ଲକ୍ଷ୍ମୀଙ୍କ ଆବାହନ, ହୋମ ,ଲକ୍ଷ୍ମୀ ପୁରାଣ ପାଠ ଇତ୍ୟାଦି ପୂଜା ଆରମ୍ଭ କରାଯାଇଛି। ଏହା ଚଳିତ ମାସ ୧୧ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ପୂଜାକମିଟି ପକ୍ଷରୁ ସୂଚନା ମିଳିଛି ।

Comments are closed.