MEllora 950×100

ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ

ପାଟଣା: ଘଟଗାଁ ବ୍ଲକ ପିପିଳିଆ ଡିଗ୍ରୀ ମହାବିଦ୍ୟାଳୟରେ ଆଜି ଜାତୀୟ ମତଦାତା ଦିବସ ଅଧ୍ୟକ୍ଷ ଦଇତାରୀ ମହାନ୍ତଙ୍କ ସଭାପତିତ୍ୱରେ ପାଳନ କରାଯାଇଛି। ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାଙ୍କ ଭୂମିକା, ରାଷ୍ଟ୍ର ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ମତଦାନ ସଂଗ୍ରହ, ଭୋଟର ପରିଚୟ ପତ୍ରରେ ଆଧାର ସଂଯୋଗ ସମ୍ପର୍କରେ ସବିଶେଷ ସୂଚନା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା। ମତଦାତାଙ୍କ ପରିଚୟ ପତ୍ରରେ ସଠିକ ବୟସ ଉଲ୍ଲେଖ ସହ ଆଧାର ସଂଯୋଗର କାରଣ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବା ସହ ସାମୁହିକ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ସର୍ଵଶ୍ରୀ ତପନ କୁମାର ମହାନ୍ତ, ମନୋରଞ୍ଜନ ପଲେଇ, ପଙ୍କଜ ଶତପଥୀ, ଅଧ୍ୟାପିକା ଚନ୍ଦ୍ରିକା ମହାନ୍ତ, ରଶ୍ମିତା ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମତଦାତା ମାନଙ୍କର ଗୁରୁ ଦାୟିତ୍ବ ସମ୍ପର୍କରେ ସଚେତନ କରାଇଥିଲେ।

Comments are closed.