MEllora 950×100

ଜାତୀୟ ମତଦାତା ଦିବସ ପାଳିତ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର ଜାତୀୟ ମତଦାତା ଦିବସର ତାତ୍ପର୍ଯ୍ୟ, ଭୋଟରଙ୍କ ଅଧିକାର, କର୍ତ୍ତବ୍ୟ ସଂପର୍କରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ପୁଂଖାନୁପୁଂଖ ଭାବରେ ବୁଝାଇଥିଲେ। ଉପସ୍ଥିତ ବିଦ୍ୟାର୍ଥୀମାନେ ମତଦାନ ସେମାନଙ୍କ ଅଧିକାର ଓ ସମସ୍ତେ ମତଦାନ କରିବା ପାଇଁ ଶପଥ ନେବାସହ ସଚେତନତାର ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଅଧ୍ୟାପିକା କୁନ୍ତଳା ବେଉରାୟ, ଦୀପ୍ତିରଞ୍ଜନ ବାରିକ, ଯୁଗଜ୍ୟୋତି ସ୍ୱାଇଁ, ନିରଞ୍ଜନ ପତ୍ରୀଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ବିଦ୍ୟାର୍ଥୀମାନଙ୍କ ସହିତ ଶପଥ ନେଇଥିଲେ।

Comments are closed.