MEllora 950×100

ଜୀବଜନ୍ତୁ କଲ୍ୟାଣ ଦିବସ ପାଳିତ

କଲ୍ୟାଣସିଂହପୁର: ପ୍ରାଣୀ ସମ୍ପଦ ବିକାଶ ବିଭାଗ, ରାୟଗଡ଼ା ଦ୍ଵାରା ଜୀବ ଜନ୍ତୁ କଲ୍ୟାଣ ଦିବସ ପାଳନ କରାଯାଇଛି। ଜାନୁଆରୀ ୧୪ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ପକ୍ଷକୁ ଭାରତୀୟ ପ୍ରାଣୀ ମଙ୍ଗଳ ବୋର୍ଡ଼ ପ୍ରାଣୀ ମଙ୍ଗଳ ପକ୍ଷ ଭାବେ ପାଳନ କରିବାକୁ ସ୍ଥିର କରିଛି। ଏହି ଉପଲକ୍ଷେ କଲ୍ୟାଣସିଙ୍ଘପୁର ବ୍ଲକ୍ ଠାରେ ବିଭିନ୍ନ କାର୍ଯକ୍ରମ ଆୟୋଜନ କରାଯାଇଥିଲା। ତାଡ଼ିଝୋଲା ଗ୍ରାମରେ ଏକ ପ୍ରାଣୀଧନ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଗାଈ ଗୋରୁ ମାନଙ୍କୁ ଟୀକାକରଣ, କୃମି ଔଷଧ ଦିଆଯିବା ସହ ବିଭିନ୍ନ ରୋଗର ଚିକିତ୍ସା କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଦେବଗିରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ କର୍ମଶାଳାର ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପଶୁପକ୍ଷୀଙ୍କ ଯତ୍ନ ତଥା ଜୀବ କଲ୍ୟାଣ ଓ ଜୀବେ ଦୟା ବିଷୟରେ ସଚେତନ କରାଯାଇଥିଲା।ଦେବଗିରି ଗୋଶାଳା ପରିସରରେ ସ୍ଥାନୀୟ ଲୋକ, ଗୋଶାଳା ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଓ କର୍ମଚାରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ହାଡିବନ୍ଧୁ ଭୋଇ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରାଣୀ ମଙ୍ଗଳ ବିଭାଗର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ବିପ୍ର ଚରଣ ବେହେରା ଯୋଗ ଦେଇଥିଲେ।

Comments are closed.