MEllora 950×100

ଯୋଗ୍ୟ ହିତାଧିକାରଙ୍କୁ ଆବାସ ଦେବାକୁ ବିଜେପିର ଦାବିପତ୍ର ପ୍ରଦାନ

ତିଗିରିଆ: ତିିଗିରିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଚଞ୍ଚକତା ଓ ପ୍ରକୃତ ହିତାଧିକାରୀଙ୍କୁ ଚନୟ କରାଯାଇ ଆବାସ ଯୋଗାଇ ଦେବା ନେଇ ବୁଧବାର ଆଠଗଡ଼଼ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ବିଜେପି ଦଳର ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ତିଗିରିଆ ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହାସହ ଆସନ୍ତା ୭ଦିନ ମଧ୍ୟରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ ଯଦି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାନଯାଏ ତେବେ ଆଗାମୀ ଦିନରେ ତିଗିରିଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯିବ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ତିଗିରିଆ ମଣ୍ଡଳ ସଭାପତି ସନ୍ତୋଷ କୁମାର ରାଉତ, ନୂଆପାଟଣା ମଣ୍ଡଳ ସଭାପତି ଚିନ୍ମୟ କୁମାର ମଲ୍ଲିକ, ସ୍ମୃତିରଞ୍ଜନ ଦାସ, ଶଙ୍କର୍ଷଣ ମହାନ୍ତି, ଦିପୁନ ସେନାପତି, ଲାଲ ମୋହନ ରାଉତ, ପ୍ରେମାନନ୍ଦ ରାଉତ, ପୀତବାସ ପ୍ରଧାନ, ବ୍ରହ୍ମାନନ୍ଦ ଜେନା, ସନ୍ତୋଷ ନାଏକ, ସନାତନ ଖଟୁଆ, ଦେବବ୍ରତ ସାମଲ, ମିଟୁ ସାହୁ, ସରୋଜ ଜେନା, ଛବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.