ଫୁଟବଲ ଟୁର୍ଣ୍ଣାମେଣ୍ଟ, ଟ୍ରାଇବ୍ରେକ୍ରେ ଆଠଗଡ଼଼ ବିଜୟୀ

ଚୌଦ୍ୱାର: ଅମରଜ୍ୟୋତି କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଟିପିଏମ ଖେଳ ପଡ଼ିଆରେ ସୁଧାଂଶୁ ସାହୁ ଓ ସୁଧାକର ମହାପାତ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଆଠଗଡ଼଼ ଆଥଲେଟିକ୍ ଟିମ୍ ଓ ଅଡ଼ସପୁରର ସୁପ୍ରିମ୍ ଫୁଟବଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଅମିମାଂସିତ ରହିବାରୁ ଟ୍ରାଇବ୍ରେକ୍ ଜରିଆରେ ଆଠଗଡ଼ ୩-୦ ଗୋଲରେ ବିଜୟ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଅତିଥି ଭାବେ ଗଣେଶ ପ୍ରସାଦ ବେହେରା, ପ୍ରଦୀପ ବେହେରା, ଶ୍ରୀକାନ୍ତ ଭାଇ, ମନୋରଞ୍ଜନ ଖଟୁଆ, ଜୟନ୍ତ ଦାସ, ଅଶୋକ କୁମାର ବେହେରା, ଶ୍ରୀନିବାସ ସୁବୁଦ୍ଧିରାୟ, ସୁବୋଧ ଜେନା ପ୍ରମୁଖ ଯୋଗ ଦେଇଥିଲେ।ରେଫରି ସଞୀବ ଦାସ, ବ୍ରହ୍ମାନନ୍ଦ ଭୋଇ ଓ ଅମୁଲ୍ୟ ପ୍ରଧାନ ଖେଳ ପରିଚାଳନା କରିଥିଲେ।
Comments are closed.