ଅତ୍ୟଧିକ ନିଶା ଯୋଗୁଁ ବାଇକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଦେଓଗାଁ: ନିଶା ସେବନ କରି ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡି ଅଞ୍ଚଳର ସିଂହାମୁଣ୍ଡା-ରାମଚନ୍ଦ୍ରପୁର ରାସ୍ତାର ଖଲିଆପାଲିପାଲି ନିକଟରେ ଭାରସାମ୍ୟ ହରାଇ ଦୁଇ ଜଣ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।

ରାମଚନ୍ଦ୍ରପୁରରୁ ଖଲିଆପାଲିକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ଖଲିଆପାଲି ଗାଁ ମୁଣ୍ଡରେରେ ନିର୍ମାଣଧୀନ ଥିବା ଆବର୍ଜନା କୁଣ୍ଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହି ଦୁଇ ଜଣ ଯୁବକ ହେଲେ ଖଲିଆପାଲିର ରମେଶ ରାଉତ ଓ ମାଉସୀ ପୁଅ (ବେହେରାପାଲିର) ଲକ୍ଷଣ ପଟେଲ। ଦୁଇ ଜଣ ଗୁରୁତରଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା

Comments are closed.