MEllora 950×100

ଭାଲୁ ଆକ୍ରମଣରେ ୧୦ ଆହତ, ୪ ଗୁରୁତର

ଝୁମ୍ପୁରା: ବାଲିବନ୍ଧ ବନାଞ୍ଚଳ ଓ ପଳାଶପଙ୍ଗା ବନାଞ୍ଚଳ ଅନ୍ତର୍ଗତ ତୁଳସୀପୁର, ବାଘିଆନସା, ପଦ୍ମକେଶରପୁର, ଫକିରପୁର, ନହବେଡା ଜଙ୍ଗଲ ପାର୍ଶ୍ବବର୍ତି ଗାଁ ଗୁଡିକରେ ବୁଧବାର ଅପରାହ୍ନ ୫ଟା ବେଳକୁ ଏକ ବଡ ଅଣ୍ଡିରା ଭାଲୁ ଜଙ୍ଗଲ ଭିତରୁ ବାହାରକୁ ଆସି ଉପଦ୍ରବ ସୃଷ୍ଟି କରିଛି। ଭାଲୁ ଆକ୍ରମଣ ଖବର ଲେଖା ହେବା ବେଳକୁ ୧୦ଜଣ ଭାଲୁ ଆକ୍ରମଣରେ ଶିକାର ହୋଇସାରଛନ୍ତି। ସେଥି ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଭାଲୁଟି ପ୍ରଥମେ ସଦର ବ୍ଲକ ମଧୁପୁର ହୁଡିରୁ ବାହାରୀ ଥିଲେ ଏବଂ ତୁଳସୀପୁର ଗ୍ରାମରେ ପହଞ୍ଚି ଥିଲା। ସେଠାରେ ଛେଳି ଚରାଉଥିବା ଦିଲିପ ସୋରେନକୁ ଆକ୍ରମଣ କରିଥିଲେ। ସେ ଚିତ୍କାର କରିବାରୁ ଭାଲୁ ତାକୁ ଗୁରୁତର କରି ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ଦିଲ୍ଲିପ କୁମାର ସୋରେନ (୨୯ବର୍ଷ) ଗ୍ରାମବାସୀ ପ୍ରଥମେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ଶୁକଲାଲା ମୁଣ୍ଡା (୪୫ବର୍ଷ) ଘର ଫକୀରପୁରଙ୍କୁ କେନ୍ଦୁଝର ଡାକ୍ତରଖାନା ପଠାଇ ଦିଆଯାଇଛି। ସେହିପରି କାହ୍ନା ନାଏକ, ଫକିର ପୁର, ରାଜେନ୍ଦ୍ର ପ୍ରସାଦ ଜାମୁଦା ପଦ୍ମକେଶରପୁର, ରଘୁନାଥ ନାଏକ ନହବେଡା, ରାଜା ମାଝି ଫକିରପୁର ଭାଲୁ ଆକ୍ରମଣରେ ଆହତ ହୋଇ ବର୍ତ୍ତମାନ ଝୁମ୍ପୁରା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଭାଲୁକୁ ଆୟତ କରି ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ବାଲିବନ୍ଧ ବନପାଳ ଓ ପଳାଶପଙ୍ଗା ବନପାଳର ବନ କର୍ମଚାରୀ ସନ୍ଧ୍ୟା ସମୟରେ ଘଟଣାସ୍ଥଳରେ ପହଞ୍ଚି କାମରେ ଲାଗିପଡ଼ି ଥିବା ଦେଖିବାକୁ ମିଳିଛି। ଚମ୍ପୁଆ ରେଞ୍ଜର ସଂଞ୍ଜିପ ରାଉତ ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଆହତଙ୍କୁ ବନ ବିଭାଗ ପକ୍ଷରୁ ଚିକିତ୍ସା ସୁବିଧା ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Comments are closed.