MEllora 950×100

ଟାଟା ମୋଟର୍ସର ପରିବର୍ଦ୍ଧିତ ୱାର୍କସପ୍‌‌ ଉଦଘାଟିତ

କେନ୍ଦୁଝରଗଡ଼: କେବଳ ଟ୍ରକ ବିକ୍ରି କରି ଲାଭାର୍ଜନ ଲକ୍ଷ୍ୟ ନୁହେଁ ବରଂ ଗ୍ରାହକ ସନ୍ତୁଷ୍ଟିକୁ ଟାଟା ମୋଟର୍ସ ସର୍ବଦା ଗୁରୁତ୍ୱ ଦେଇଆସିଛି। ଟ୍ରକ ବିକ୍ରି ପରେ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ଟାଟା ମୋଟର୍ସ ସର୍ବଦା ପ୍ରାଥମିକତା ଦେଇ ଆସିଛି ବୋଲି କେନ୍ଦୁଝରସ୍ଥିତ ସାମଲ ଅଟୋ ଇଣ୍ଡିଆର ପରିବର୍ଦ୍ଧିିତ ୱାର୍କସପ୍‌‌ ଉଦ୍‌‌ଘାଟନ ଅବସରରେ ଟାଟା ମୋଟର୍ସର ସେଲ୍ସ ଆଣ୍ଡ ମାର୍କେଟିଂ ଭାଇସ୍‌‌ ପ୍ରେସିଡେଣ୍ଟ ରାଜେଶ କୌଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଏହି ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ଟାଟା ମୋଟର୍ସର ସର୍ଭିସ୍‌‌ ମୁଖ୍ୟ ଅରୁଣ ଜଲାଲୀ, ପୂର୍ବ ଭାରତ ଆଞ୍ଚଳିକ ପରିଚାଳକ ରାଜୀବ ଘୋଷ, ଓଡ଼ିଶା ମୁଖ୍ୟ ବିକାଶ ସୋନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟାଟା ମୋଟର୍ସ କିଭଳି ଗ୍ରାହକ ସନ୍ତୁଷ୍ଟିକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ସାମଲ ଅଟୋ ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ସାମଲ ସଭାପତିତ୍ୱ କରି ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ଟାଟା ମୋଟର୍ସ ଦୀର୍ଘବର୍ଷ ଧରି ଗ୍ରାହକଙ୍କ ସୁଖଦୁଃଖରେ କିଭଳି ଛିଡା ହୋଇଆସିଛି ସେ ସମ୍ପର୍କରେ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ପଦ୍ମଶଅୀ ଦୈତାରୀ ନାଏକ ଓ ଟସର ବୁଣାକାର କୁନୀ ଦେହୁରୀଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର, ଉପଢ଼ୌକନ ଓ ଅର୍ଥ ପୁରସ୍କାର ଦେଇ ସମ୍ବର୍ଦ୍ଧିିତ କରିଥିଲେ। ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ବାରିକ, ସଶ୍ମୀତା ମହାରଣା, ନିରାଲୀ ନାୟକଙ୍କୁ ଶିକ୍ଷାଗ୍ରହଣ ପାଇଁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଥିଲା। ସେହିଭଳି ଶ୍ରେଷ୍ଠ ଏମଓପି ପାଇଁ ଅନଗୁଳ, ବେଷ୍ଟ ମାର୍କେଟ ସେୟାର ପାଇଁ ବଡବିଲ ଓ କେନ୍ଦୁଝର, ବେଷ୍ଟ ସିଷ୍ଟମ୍‌‌ ସରିଏଣ୍ଟେସେନ ପାଇଁ ବାଲେଶ୍ୱର ଟିମ୍‌‌ଙ୍କୁ ପୁରସ୍କୃତ କରାଯାଇଥିଲା। ବେଷ୍ଟ ୱାର୍କସପ୍‌‌ ମ୍ୟାନେଜର ଭାବେ ଚନ୍ଦନ ଶର୍ମା, ବେଷ୍ଟ ବ୍ରେକ୍‌‌ଡାଉନ ସର୍ଭିିସ୍‌‌ ପାଇଁ ତାଳଚେରର ନିରଞ୍ଜନ ସ୍ୱାଇଁଙ୍କ ସମେତ ଶ୍ରେଷ୍ଠ ଗ୍ରାହକ ଭାବେ ଏନକେ ମିନେରାଲ, କାଶ୍‌‌ଭି ଗ୍ରୁପ୍‌‌, ବିଶ୍ୱରଞ୍ଜନ ସାମଲ, କ୍ଷେତ୍ରମୋହନ ମହାନ୍ତଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଶେଷରେ ସାମଲ ଅଟୋ ଇଣ୍ଡିଆର ସିଇଓ ରାଜେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.