ଡନ୍ ବସ୍କୋ ବିଦ୍ୟାଳୟରେ ଉତ୍ସବ ‘ସିମ୍ଫୋନି’ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସ୍ଥିତ ଡନ୍ ବସ୍କୋ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟକ୍ଷା ମନିଷା ସିଂଙ୍କ ଅଧ୍ୟକ୍ଷତା ତଥା ନିର୍ଦ୍ଦେଶକ ସୁନିଲ କୁମାର ସିଂଙ୍କ ସଂଯୋଜନାରେ ଉତ୍ସବ “ସିମ୍ପୋନି” ସରସ୍ଵତୀ କଲ୍ୟାଣ ମଣ୍ଡପ ଠାରେ ସମ୍ପନ୍ନ ହୋଇଯାଇଛି।ଏହି ଉତ୍ସବରେ ଭିମସାର ବୁର୍ଲାର ଔଷଧ ବିଶେଷଜ୍ଞ ଡଃ ଶଙ୍କର ରାମ ଚନ୍ଦାନି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବାଙ୍ଗାଲୋରର ଇନ୍ଫୋସିସ ଇଞ୍ଜିନିୟର ରାଜେଶ ପୁଝାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଛାତ୍ରଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ ଗଠନ ଦିଗରେ ଆଜିକାଲିର ଡିଜିଟାଲ ମାଧ୍ୟମର ଉଭୟ ହିତକାରୀ ଓ ଅହିତକାରୀ ଦିଗ ଉପରେ ଆଲୋକପାତ କରିବା ସହ ଅତିଥିମାନେ ସେମାନଙ୍କୁ ଏକ ଶୃଙ୍ଖଳାମୟ ଜୀବନଯାପନ ପ୍ରଣାଳୀ ଉପରେ ଧ୍ୟାନ ଦେବାପାଇଁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ରେ ପୂର୍ବରୁ ଅନୁଷ୍ଠିତ ହୋଇଥିବl ବାର୍ଷିକ କ୍ରୀଡା ରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୭୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା।
Comments are closed.