ସୁରଜମଲ୍ କଲେଜରେ ଜାତୀୟ ମତଦାତା ଦିବସ

ରେଙ୍ଗାଲି: ରେଙ୍ଗାଲିର ସୁରଜମଲ୍ କଲେଜରେ ଆଜି ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ ମନୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ରାଜନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଚିନ୍ତାମଣି ପସାୟତ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଡଃ ନରେଶ ଚନ୍ଦ୍ର ଅଗ୍ରଓାଲା ଏବଂ ଅଧ୍ୟାପକ ନରେନ୍ଦ୍ରବ ବେହେରା ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହିତ ଭୋଟର ମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ସକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ। ଶେଷରେ ଯୁକ୍ତ ୩ ପ୍ରଥମ ବର୍ଷ ରାଜନୀତି ବିଜ୍ଞାନ ଛାତ୍ରୀ ଅଣିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.