MEllora 950×100

କାୟାକଳ୍ପ ଟିମର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ

ସାକ୍ଷୀଗୋପାଳ: କାୟାକଳ୍ପ ପ୍ରତିନିଧି ମଣ୍ଡଳୀ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମୂଳ ଅଳସା ଶ୍ରୀ ରାମଚନ୍ଦ୍ର ପୁର ଓ ନୂଆ ସୋମେଶ୍ୱରପୁର ଠାରେ ଅବସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସବୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଅନୁଧ୍ୟାନ କରିବା ସହିତ ରୋଗୀ ମାନେ ଯେପରି ସଠିକ୍‌ ସ୍ୱାସ୍ଥ୍ୟ ସେବା ସଠିକି ଭାବେ ପାଇପାରିବେ ତାହାକୁ ପ୍ରାଥମିକତା ଦେଇଥିଲେ । ଏ.ଡି.ଏମ ଡାକ୍ତର ପ୍ରଣବ ଶଙ୍କର ଦାଶ ପୁରୀ ଡି.ଡି.ଏମ ସୁଦାମ ଚରଣ ମହାରଣା, ସି.ଏଚ ଓ ଅଳୁଗୁମ ଡାକ୍ତର ବିଶ୍ୱଜିତ ମିଶ୍ର, ଏଲ.ଏଚ.ଭି ସରୋଜିନୀ ନାୟକ, ବିଡିଏମ ସୀମା ଶାରଳା ମହାନ୍ତି, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ବି.ଇ କ୍ଷେତ୍ରମଣି ସେଠୀ ଓ ଏହି ତିନୋଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରିତାଞ୍ଜଳି ପ୍ରଧାନ, ପ୍ରୀତି ନାୟକ, ସଂଧ୍ୟାରାଣୀ ଘଟୁଆରୀ, ଯୋଗ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ ଓ ମୂଳ ଅଳସା ସରପଞ୍ଚ ଦେବୀ ପ୍ରସାଦ ଘଟୁଆରୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଜିତେନ୍ଦ୍ର ବେହେରାଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ । ଏଡି.ଏମ ଓ ଡାକ୍ତର ପ୍ରଣବ ଶଙ୍କର ଦାଶ କହିଥିଲେ ଯୋଗ ହେଉଛି ସବୁଠାରୁ ମୂଲ୍ୟବାନ । ମଣିଷ ସୁସ୍ଥରେ ବଞ୍ଚିବା ପାଇଁ ତାର ଅପଚୟ କରୁଥିବା ସମୟ ଭିତରେ କିଛି ସମୟ ନିଜ ପାଇଁ ଦେଲେ ଶରୀରର ଅନେକ ଦୁଃସାଧ୍ୟ ରୋଗକୁ ନିୟନ୍ତ୍ରଣ କରାଯିବା ସହ ଆରୋଗ୍ୟ ଶରୀର ପାଇପାରିବେ।ତା ସହିତ ସ୍ୱାସ୍ଥ୍ୟ ବିଭାଗର ବହୁମୁଖୀ କାର୍ଯ୍ୟକ୍ରମୟରେ ସ୍ଥାନୀୟ ଜନ ସାଧାରଣଙ୍କୁ ଅଧିକ ପରିମାଣରେ ସାମିଲି କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Comments are closed.