MEllora 950×100

କିଏ ବୁଝିବ ଚାଷୀଙ୍କ ଦୁଃଖ ? ଦାଉ ସାଜୁଛି ହାତୀ ଉପଦ୍ରବ, ଚାଷୀଙ୍କୁ ଘେରିଛି ଟୋକନ୍ ଚିନ୍ତା 

ଗୁଣୁପୁର: ଶୋଷଣ ମୁକ୍ତ ଓ ଅଭାବି ବିକ୍ରି ଦୂର କରିବା ନେଇ ଚାଷୀଙ୍କ ପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି । ଚାଷୀଙ୍କ ସୁବିଧା ପାଇଁ ବ୍ଲକର ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଛି । ହେଲେ ଏବେ ଟୋକନରେ ପ୍ରଦତ୍ତ ତାରିଖ ଅନୁସାରେ ଚାଷୀ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣୁଥିଲେ ମଧ୍ୟ ତାହା ବିକ୍ରି ହୋଇପାରୁନାହିଁ । ଆଉ ଆଖି ସ୍କାନ୍ ହେବା ପରେ ମଧ୍ୟ ଚାଷୀର ଖାତାକୁ ପ୍ରାପ୍ୟ ଆସୁନଥିବା ଅଭିଯୋଗ ହେଉଛି | ଏମିତି ସ୍ଥିତି ଏବେ ରାୟଗଡା ଜିଲା ଗୁଣୁପୁର କୃଷି ଜିଲ୍ଲାରେ  ଦେଖା ଦେଇଛି |

ଗତକାଲି କିଛି ସମୟ ପାଇଁ ମଣ୍ଡିରେ ଉଭୟ ସମବାୟ ସମିତି କର୍ମଚାରୀ ଓ ଚାଷୀଙ୍କ ମଧ୍ୟରେ ଗହଳି ଲାଗିଥିବା ଦେଖିବାକୁ ମିଳିଥିଲା | କାରଣ ଚାଷୀ ଗତ କିଛି ଦିନ ଧରି ଚାଷୀ ଧାନ ବିକ୍ରି କରିବା ପାଇଁ ଆସିଥିଲେ ମଧ୍ୟ ବିକ୍ରି ହୋଇ ପାରୁନି | ଆଉ ବିକ୍ରି ହେବା ପରେ ଆଖି ସ୍କାନ୍ ହୋଇଥିଲେ ମଧ୍ୟ ଚାଷୀଙ୍କ ଖାତାକୁ ପ୍ରାପ୍ୟ ଆସୁନଥିବା ଅଭିଯୋଗ ହେଉଛି | ମଣ୍ଡିରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ଵ ଧାନ ବସ୍ତା ବିକ୍ରି ହୋଇ ନପାରି ରହିଛି | ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧାନ ବସ୍ତା ( ୭୫ କେଜି) ପରିବର୍ତ୍ତେ ଅଧିକ ୨ କେଜି ନେଉଥିବା ଓ ତାପରେ ବସ୍ତା ପ୍ରତି ୧୦୦ ଟଙ୍କା ମିଲକୁ ଦେଲେ ଧାନ ବିକ୍ରି ହୋଇ ପାରୁଥିବା ଚାଷୀ ଅଭିଯୋଗ କରିଛନ୍ତି |

ସମାନ ସ୍ଥିତି ଗୁଡାରୀ ବଜାର ପ୍ରାଙ୍ଗଣ ଓ ଏମ୍.କେ ରାଇ ମଣ୍ଡିରେ | ଗୁଡାରୀ ବଜାର ପ୍ରାଙ୍ଗଣରେ ମଧ୍ୟ ପ୍ରାୟ ୪ହାଜର ଧାନ ବସ୍ତା ପଡିରହିଛି | ଏମ୍.କେ ରାଇରେ ମଧ୍ୟ ପ୍ରାୟ ଏକ ହାଜରରୁ ଊର୍ଦ୍ଧ ଧାନ ବସ୍ତା ପଡି ରହିଥିବା ଦେଖିବାକୁ ମିଳିଛି | ଚାଷୀଙ୍କ ସମସ୍ୟା ଯେମିତି କାହାର ନାହିଁ | ମଣ୍ଡି କୁ ନା ଯୋଗାଣ ବିଭାଗ କି ମଣ୍ଡି ଅଧିକାରୀ କେହି ଆସୁନଥିବା ମଧ୍ୟ ଅଭିଯୋଗ ହେଉଛି | ମଣ୍ଡିରେ ଧାନ ବିକ୍ରି ନହେଲେ ରାସ୍ତା ଅବରୋଧ କରାଯିବା ନେଇ ଚାଷୀ ଚେତାବନୀ ଦେଇଛନ୍ତି | ଏପଟେ ଶୀତ କାକରରେ ଚାଷୀ ହଇରାଣ ହେଉଥିବା ବେଳେ ହାତୀ ଉପଦ୍ରବ ଚାଷୀଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି । ମିଲ୍ ମଲିକ ଓ ଯୋଗାଣ ନିରୀକ୍ଷକଙ୍କ କଥା ହୋଇ ମଣ୍ଡିରୁ ଧାନ ଉଠିବ ସେନେଇ ଆଲୋଚନା କରାଯିବ ବୋଲି ଗୁଡାରୀ ସମବାୟ ସମିତିର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି |

Comments are closed.