MEllora 950×100

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନବିକତା

ଗୁଣୁପୁର: ନିଜର ମାନବିକତା ପାଇଁ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଗୁଣୁପୁର ପୌର ନିର୍ବାହୀ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆ । ଗୁଣୁପୁର ନୂଆ ବସଷ୍ଟାଣ୍ଡ ନିକଟରେ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତି ପଡିଥିବା ଦେଖି ବରିଷ୍ଠ ସାମ୍ବାଦିକ କେ. ସୋମେଶ୍ୱର ରାଓ ପୌର ପରିଷଦକୁ ଯୋଗାଯୋଗ କରିଥିଲେ । ଏଥିସହ ବିଜେଡି କାଉନ୍ସେଲର ଭାଗିରଥି ବିଷୋୟୀ, ବିଜେଡି କର୍ମୀ ସନ୍ତୁ ପଟ୍ଟନାୟକ, ଯୁବ ଉପ ସଭାପତି ଗୌତମ ବିଷୋୟୀ, ବିଜୁ ଛାତ୍ର ସଭାପତି କିରଣ କୁମାର, ବାବୁଲି ମିଶ୍ର ପ୍ରମୁଖ ପହଞ୍ଚି ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରୀ ଚିକିତ୍ସା କରାଇଥିଲେ । ପରେ ବୃଦ୍ଧାଙ୍କୁ ଖାଇବା ବ୍ୟବସ୍ଥା ଓ ନୂଆ ପୋଷାକ ମଧ୍ୟ ପ୍ରଦାନ କରିଥିଲେ । ଜଣେ ଆଦିବାସୀ ମହିଳା ଅଧିକାରୀଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

Comments are closed.