ପୁରାତନ ଛାତ୍ର ସଂସଦ ପକ୍ଷରୁ ମିଲେଟ ସଚେତନତା

ଫୁଲବାଣୀ: ସ୍ଥାନୀୟ ଜବାହାର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ର ସଂସଦ ଏବଂ ଓଡ଼ିଶା ମିଲେଟ ମିଶନର ମିଳିତ ଆନୁକୂଲ୍ୟରେ ମିଲେଟ ଖାଦ୍ୟର ବହୁଳ ପ୍ରସାର ପାଈଁ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ଗୋପବନ୍ଧୁ ଛକଠାରୁ ଆରମ୍ଭ ହେଇ ମାଦିକୁନ୍ଦା ଠାରେ ଶେଷ ହେଇଥିଲା। ପଦଯାତ୍ରାରେ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ଯୋଗ ଦେଇ, ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ୟ୍ୟାଳୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଥିଲା। ଏହି ଆଲୋଚନା ଚକ୍ରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାର କାନ୍ତି ସାମଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମିଲେଟର ଉପକାରିତା ଏବଂ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

Comments are closed.