୧୦ ଏକର ଗଞ୍ଜେଇ ଗଛ ନଷ୍ଟ

ହରଭଙ୍ଗା: ବୌଦ୍ଧ ଓ କଂଟାମାଳ ପରେ ଏବେ ହରଭଙ୍ଗା ବ୍ଲକ ଅଂଚଳରେ ଗଞ୍ଜେଇ ଚାଷ କାୟା ମେଲାଇଛି। ଏ ନେଇ ସମାଜରେ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ଗତ ୩୦ତାରିଖ ହରଭଙ୍ଗା ଥାନା ଆଇ.ଆଇ.ସି ନଳିନୀ ଦାସଙ୍କ ନେତୃତ୍ୱରେ ଛତ୍ରଙ୍ଗ ପଂଚାୟତର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ କୁଟିଗାଡୁ ଓ ଆଡିପଦର ଜଙ୍ଗଲ ଜମିରୁ ୧୦ ଏକର ପରିମାଣର ଗଞ୍ଜେଇ ଗଛ କଟାଯାଇଥିଲା। ଦ୍ୱିତୀୟ ଦଫାରେ ଶନିବାର ପୁର୍ନବାର ହରଭଙ୍ଗା ଆଇଆଇସିଙ୍କ ନେତୃତ୍ୱରେ ଫରେଷ୍ଟ କର୍ମଚାରୀ ଏବଂ ରାଜସ୍ୱ କର୍ମଚାରୀଙ୍କ ମିଳିତ ସହଯୋଗରେ କୁଟିଗାଡୁ ଗ୍ରାମ ନିକଟସ୍ଥ ପର୍ବତ କିସମ ଜମିରୁ ଆଉ ୧୦ ଏକର ଅଂଚଳରୁ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ୨୦ଏକର ଅଂଚଳରୁ ହରଭଙ୍ଗା ପୁଲିସ ଗଞ୍ଜେଇ ଗଛ କାଟି ନଷ୍ଟ କରିବାକୁ ସକ୍ଷମ ହୋଇଛି।

Comments are closed.