MEllora 950×100

ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜୟଦୁର୍ଗା କ୍ଲବ ବିଜୟୀ

ଚୌଦ୍ୱାର:ଚୌଦ୍ୱାର ଅମରଜ୍ୟୋତି କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଟିପିଏମ ଖେଳ ପଡ଼ିଆରେ ସୁଧାଂଶୁ ସାହୁ ଓ ସୁଧାକର ମହାପାତ୍ର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃୀତୀୟ ଦିନରେ କଟକର ୟୁନାଇଟେଡ ବାରଦା ଜୟଦୁର୍ଗା କ୍ଲବ ଚୌଦ୍ୱାରର ୟୁଥ୍‌‌ ଆସୋସିଏସନ କ୍ଲବକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଛି। ୮ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଅତିଥି ଭାବେ ପ୍ରକାଶ ସାମଲ, ରବୀନ୍ଦ୍ର ମହାପାତ୍ର, ପୁର୍ବତନ ଫୁଟବଲ ଖେଳାଳୀ ଜନ୍‌‌ ବେହେରା, ଗୋଲକିପର ଦୁର୍ଗାଚରଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.