MEllora 950×100

ଗୋପାଳପୁରରେ ଗୋଶାଳାର ଶୁଭାରମ୍ଭ

ଗୋପାଳପୁର: ଗୋପାଳପୁର ସ୍ଥିତ ସିଗିଡି ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଗୋଶାଳା ଶୁଭାରମ୍ଭ ହୋଇଛି। ହାଇଦ୍ରାବାଦରୁ ଆସିଥିବା ଶ୍ରୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଶ୍ରୀମନନାରାୟଣା ରାମାନୁଜା ଚିହ୍ନା ଜୀୟରୁ ସ୍ବାମୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଶିଷ୍ୟ ଜ୍ୟୋତିଷ ରତ୍ନ ପଣ୍ଡିତ ଶ୍ରୀନିବାସ ଆଚାରିଲୁଙ୍କ ପୌରହିତ୍ୟରେ ଗୋଶାଳାକୁ ପୂଜା ଅର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ଏମ୍. ପୋତନା, ସମ୍ପାଦକ ହରିହର ସାହୁ, ଏମ୍.ଚନ୍ଦ୍ର ଶେଖର, କାଳିଦାସ ଗୌଡ଼, ପଞ୍ଚୁ ବେହେରା, ରାଷ୍ଟ୍ରୀୟ ଗୋ ସେବା ରାଜ୍ୟ ସଂଯୋଜକ କେ.ଚନ୍ଦ୍ର ଶେଖରଙ୍କ ସମେତ ବହୁ ପୁରୁଷ ମହିଳା ଉପସ୍ଥିତ ଥିଲେ। ସ୍ଥାନୀୟ ବତୀଘର ର ଅଧିକାରୀ ଆଶିଷ କୁମାର ଦାଶ ଆଜି ଗୋଶାଳାକୁ ନିଜର ଏକ ଗାଇ ଦାନ କରିଥିଲେ।

Comments are closed.