ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସାଇନ୍ସ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ନୂଆ ଦିଲ୍ଲୀ ଆନୁକୁଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଡ଼ଃ ଲକ୍ଷ୍ମୀ ଧର ରାଉତଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ଏହି ଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଗବେଷଣା ଉପରେ ଅଧିକ ଗୁରୁତ୍ବ ଦେଇ ଭଲ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ସିଓଇର ସଂଯୋଜକ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ ଏବଂ ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ସ୍ନାତକ ବିଜ୍ଞାନ ରସାୟନ ବିଜ୍ଞାନ ବିଭାଗର ୪୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ କଲେଜର ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ଼ଃ ସନ୍ତୋଷ କୁମାର ଚୌଧୁରୀ, ଡେମୋଷ୍ଟାଟର ଧନଞ୍ଜୟ ମହାପାତ୍ର ଯୋଗ ଦେଇଥିଲେ।

Comments are closed.