MEllora 950×100

ହଠାତ ଲାଗୁଛି ନିଆଁ, ରାତି ସାରା ଜଗି ବସୁଛନ୍ତି ଆତଙ୍କିତ ଗ୍ରାମବାସୀ

ସାକ୍ଷୀଗୋପାଳ: ସତ୍ୟବାଦୀରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟୁଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସତ୍ୟବାଦୀରେ ଚର୍ଚ୍ଚାର ବିଷୟ ହୋଇଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ନିକଟରେ ଥିବା ବାରବାଟି ଗ୍ରାମ। ଏହି ଗ୍ରାମରେ ୧୧ଟି ପରିବାର ରହୁଛନ୍ତି। ଗତ ୨୦ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମରେ ଘଟୁଥିବା ବାରମ୍ବାର ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଗ୍ରାମବାସୀଙ୍କୁ ଭୟଭୀତ କରିଛି। ଭୟରେ ଆତଙ୍କିତ ସମସ୍ତ ଗ୍ରାମବାସୀ କେତେବେଳେ ଯେ କାହାଘରେ ନିଆଁ ଲାଗିବ ସେ ଭୟରେ ଭୟଭୀତ ତେଣୁ ସମସ୍ତେ ନିଜ ନିଜ ଘର ଜଗି ରହିଛନ୍ତି। ଘରେ ଚୁଲି ଜଳୁନି। ମାତ୍ର ଅଗ୍ନିକାଣ୍ଡ ଘଟୁଛି। କିଏ କହୁଛି ଦେବକୁଟ ତ କିଏ କହୁଛି ଗୁଣି ଗାରେଡି ହେଉଛି ଆଉ କିଏ କହୁଛି ପେଶାଣ। ଏହିପରି ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ କଥା ଆଲୋଚନା ହେଉଛି। ନିଆଁ ଲାଗିବାର ସମୟ ହେଉଛି ସନ୍ଧ୍ୟା, ହଠାତ ଜଣକ ଘର ମଧ୍ୟରୁ ବାହାରୁଚି ନିଆଁ, ନିଆଁ ଲିଭାଇବାକୁ ପାଣି ଧରି ଗଲା ବେଳକୁ ମନକୁ ମନ ନିଆଁ ଲିଭି ଯାଉଛି। ପୁଣି ଅନ୍ୟ ଜଣକ ଘରେ ନିଆଁ ଲାଗୁଛି। ଗୁଣି ସନ୍ଦେହରେ ଗ୍ରାମକୁ ଗୁଣିଆ ଡକରା ହେଉଛନ୍ତି। ତନ୍ତ୍ରମନ୍ତ୍ର ଦ୍ୱାରା ସମସ୍ୟା ସମାଧାନ ନିମନ୍ତେ ଉଦ୍ୟମ ହେଉଥିବା ସୂଚନା ମିଳିଛି।

ଗାଁରେ ଜଗି ରହୁଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ହେଲେ କେହି ବି ଏହି ଅଗ୍ନିକାଣ୍ଡ ଘଟଣାକୁ ବୁଝି ପାରୁନାହାନ୍ତି। ଏହି ଗ୍ରାମ ନିକଟସ୍ଥ ସିଂହାକୁଦା ଗ୍ରାମରେ ପ୍ରାୟ ୨୦ ବର୍ଷ ତଳେ ଏହିପରି ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଘଟିଥିଲା।

Comments are closed.