MEllora 950×100

ଜୋନ ସ୍ତରୀୟ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଜୋନ ସ୍ତରୀୟ ଦିବସ ପାଳନ କରାଯାଇଛି। କୀର୍ତ୍ତିପୁର ସ୍ଥିତ ଖେଳ ପଡ଼ିଆ ଠାରେ ୫୪ନଂ ଜୋନର ଜୋନ ସ୍ତରୀୟ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବ୍ଲକର ନେତା ଓ ଶତାଧିକ ମହିଳା, ଯୁବକ ମାନେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିଷ୍ଠା ଦିବସରେ ଦଳର ସଫଳତାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ନେତା ଓ କର୍ମୀମାନେ ସଙ୍କଳ୍ପ ନେବାକୁ ଶ୍ରୀ ଦାସ କହିଛନ୍ତି। ପ୍ରତିଷ୍ଠା ଦିବସ ଠାରୁ ଦଳ ପକ୍ଷରୁ ଆଗାମୀ ଦିନରେ ଆହୁରି ଅଧିକ ସାଙ୍ଗଠନିକ ଓ ସମାଜସେବା କାର୍ଯ୍ୟକ୍ରମ କରାଯିବ। ଏହିଦଳ ବର଼େ ରାଜନୈତିକ ଦଳ ନହୋଇ ସାମାଜିକ ଆନ୍ଦୋଳନର ଦଳ ଭାବେ ପରିଗଣିତ ହୋଇଛି । ମହିଳା ମାନଙ୍କୁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ଉଚ୍ଚ ସ୍ଥାନକୁ ନେଇଥିବା ବେଳେ ରାଜ୍ୟରେ ମହିଳା ଗୋଷ୍ଠୀ ଗଠନ କରି ସ୍ବାବଲମ୍ବୀ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଅଧିକ ନିକଟତର ହେବା, ଦଳୀୟ ଏକତା ଓ ଶୃଙ୍ଖଳା ବଜାୟ ରଖି ନିଷ୍ଠାର ସହିତ ରାଜ୍ୟବାସୀଙ୍କ ନିକଟରେ ନିଜକୁ ସମର୍ପିତ କରିବା ନେଇ ଦଳୀୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି।

Comments are closed.