ନାରୀ ଶିକ୍ଷିତ ହେଲେ ସମାଜରେ ପରିବର୍ତନ ହୋଇପାରିବ

ବୌଦ୍ଧ: ଜିଲ୍ଲା ପ୍ରଶାସନ ବୌଦ୍ଧ ଦ୍ୱାରା ଟଉନହଲ, ବୌଦ୍ଧଠାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ଶିଶୁ କନ୍ୟା ମାନଙ୍କ ମଧ୍ୟରେ କୌତୁକ ପୋଷାକ, ଚିତ୍ରାଙ୍କନ , ସ୍ଲୋଗାନ ଲିଖନ , ସୃଜନଶୀଳ ଲେଖନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କେଜିବିଭି ବଲାସିଙ୍ଗା ଓ ପୁରୁଣାକଟକ ଛାତ୍ରୀମାନଙ୍କ ଦ୍ୱାରା ବର୍ଯ୍ୟବସ୍ତୁର ପୁନଃ ଉପଯୋଗ ବିଷୟରେ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଛାତ୍ରୀମାନେ ହାଇସ୍କୁଲ ସ୍ତରରେ ଚାଲିଥିବା ଧନ୍ଦାମୂଳକ ଶିକ୍ଷାକୁ ପ୍ରଦର୍ଶିତ କରିଥିଲେ। ଏଥିସହିତ ପୋପେଟ ତିଆରି , କାଗଜ କାରିଗରୀ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉଦାଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା ଯୋଗଦେଇ ଶିଶୁକନ୍ୟାମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। କନ୍ୟା ଶିଶୁ ମାନଙ୍କୁ ସବୁବେଳେ ସାହାସି ହେବାକୁ କହିବା ସହିତ କୌଣସି ପ୍ରକାରେ ଅସୁବିଧା ହେଲେ ବା ଅସୁରକ୍ଷିତ ମଣିଲେ ପୋଲିସର ସହାୟତା ନେବାକୁ ଶ୍ରୀମିନା ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନେ କଠିନ ପରିଶ୍ରମ କରି, ଭଲ ପାଠ ପଢ଼ି ଓ ସୁନାଗରିକ ହୋଇ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ। ନାରୀ ଶିକ୍ଷିତ ହେଲେ ସମାଜରେ ପରିବର୍ତନ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ବୌଦ୍ଧ ସେଲେଷ୍ଠାଇନ କୁଜୁର ଯୋଗଦେଇ ବାଳିକା ମାନଙ୍କୁ ଉତମ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଲେ ଏବଂ ସରକାରଙ୍କ ଆଦବିକା କାର୍ଯ୍ୟକ୍ରମ ଦ୍ୱାରା ବାଳିକା ମାନଙ୍କୁ ସଚେତନ କରିବାସହ ସେମାନଙ୍କର ଶାରିରୀକ ଓ ମାନସିକ ଉନ୍ନତି ଅଣାଯାଇପାରିବ ବୋଲି କହିବାସହ ବାଲ୍ୟ ବିଭଗ ଆଇନ୍ ରେ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଶିଶୁ ମାନଙ୍କ ପାଇଁ ଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ସଂମ୍ଭନ୍ଧିୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ଓ ବାଳିକା ଶିକ୍ଷାର ବିକାଶ ପାଇଁ ଶିକ୍ଷା ବିଭାଗ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଡେପୁଟି କଲେକ୍ଟର, ଝରଣା ପ୍ରଧାନ ଯୋଗଦେଇ ବାଳିକା ସମୃଦ୍ଧି ଯୋଜନାରେ ଥିବା ସୁବିଧା ଓ ସଂରକ୍ଷଣ ବିଷୟରେ କହିଥିଲେ। ଏହା ସହିତ ପୃଷ୍ଠିହିନତା, ଶିଶୁମୃତ୍ୟୁ, ମାତୃମୃତ୍ୟୁ ଓ ବାଲ୍ୟବିବାହ ନିଷେଧ ଆଇନ, ପି.ସି.ପି.ଏନ.ଡି.ଟି, ପୋକସୋ ଆଇନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଜେଣ୍ଡର କୋଡିନେଟର, ରାଜଲକ୍ଷ୍ମୀ ପଣ୍ଡା ସଂଯୋଜନା କରିବାସହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରାହୁଲ ପ୍ରଧାନ ବୌଦ୍ଧ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଓ ଯୋଗାଯୋଗ ଅଧିକାରୀ ତଥା ସଂସ୍ଥା ଉପରେ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତିକାନ୍ତି ବଳିଆରସିଂହ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ୨୦୨୨ରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଦଶମ ଶ୍ରେଣୀ ଟପର ୨ଜଣ ଶିଶୁ କନ୍ୟାଙ୍କୁ ସମ୍ମାନିତ କରାଯାଇଥିବାବେଳେ ଅସୁରକ୍ଷିତ ଅବସ୍ଥାରୁ ଶିଶୁ କନ୍ୟା ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମିଶନ ବାତ୍ସଲ୍ୟ ଅର୍ନ୍ତଗତ ପୃଷ୍ଠପୋକ୍ଷକତା ସହାୟତା, ବିଜୁ ଶିଶୁ ସୁରକ୍ଷା ଯୋଜନା ଅର୍ନ୍ତଗତ ବୈଷୟିକ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆତ୍ମ ସୁରକ୍ଷା କୌଶଳ ତାଲିମ ବିଦ୍ୟାଳୟ ସ୍ତରରେ ଶୁଭାରମ୍ଭ ହୋଇଥିଲା ଏବଂ ପଂଚାୟତ ମହାବିଦ୍ୟାଳୟର ଛାତ୍ରୀମାନେ ଏହାକୁ ପ୍ରଦର୍ଶିତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ କରକମଳରେ ଉତ୍ସବଟି ଉଦଘାଟନ ହୋଇଥିଲା। ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ମିଶନ ଜି୍ଲ୍ଲା ପ୍ରକଳ୍ପ ପରିଚାଳକ, ରୁପକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା/ମଣିପୁର, କେଜିବିଭି ବଲାସିଙ୍ଗା, କେଜିବିଭି ପଲସାଗୋରା, ସରକାରୀ ବାଳିକା ଉଚ୍ଚ ବିଦ୍ୟଳୟ ବୌଦ୍ଧ, ବ୍ରାଇଟ ମାଇଣ୍ଡ, ଜାଭିଅର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦ୍ରିୟ ବିଦ୍ୟାଳୟ, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ, ଆର୍ଯ୍ୟନ ଏକାଡେମି, ଶ୍ରୀ ଅରବିନ୍ଦ, ଡାଇମେନସନ ପବ୍ଲିକ ସ୍କୁଲ, ରାମକୃଷ୍ଣ ବାଳାଶ୍ରମ ଓ ସ୍ୱତନ୍ତ୍ର ବିଦ୍ୟାଳୟର ୨୫୦ରୁ ଅଧିକ ଛାତ୍ରୀ ଓ କାର୍ଯ୍ୟକର୍ତା ଓ ଅଭିଭାବକ, ଚାଇଲ୍ଡ ଲାଇନ କର୍ମଚାରୀ, ଜିଲ୍ଲା ସଂଯୋଜିକା ଏକ୍ସନ ଏଡ ପ୍ରବିଜ୍ଞା ଦାଶ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ରକର୍ମକର୍ତା ଓ ସର୍ବଶିକ୍ଷା ଅଭିଯାନର କର୍ମକର୍ତା , ସିଆରସିସି, ଧନ୍ଦାମୂଳକ ପ୍ରଶିକ୍ଷକ ମାନେ ସହଯୋଗ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବ ଟିକୁ ସୁଶାନ୍ତ କୁମାର ମହାପାତ୍ର ପ୍ରଧାନଶିକ୍ଷକ ଖଲିଆବଗିଚା ସଂଯୋଜନା କରିଥିଲାବେଳେ ସୁଶାନ୍ତ କର୍ଣ୍ଣ ପ୍ରାରମ୍ଭିକ କାର୍ଯ୍ୟ ପରିଚାଳନା କରିଥିଲେ।
Comments are closed.