MEllora 950×100

ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଝାରସୁଗୁଡା ଚମ୍ପିଆନ

ହରଭଙ୍ଗା: ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ ପରଗଳପୁର ବୁଦ୍ଧଦେବ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ତସରା ପଡ଼ିଆରେ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଫାଇନାଲ ମ୍ୟାଚ ମଙ୍ଗଳବାର ଜୟ ଦୁର୍ଗା କ୍ଲବ ଝାରସୁଗୁଡା ଏବଂ ୟାଇଏଏଫ କ୍ଲବ କଳାହାଣ୍ଡି ମଧ୍ୟରେ ଅନୁଷ୍ଟିତ ହୋଇଥିଲା। ଜୟ ଦୁର୍ଗା କ୍ଲବ ଝାରସୁଗୁଡା ୩-୦ ଗୋଲରେ ଚମ୍ପିଆନ ହୋଇଥିଲା। ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରାମଗଡ଼ ସରପଂଚ ପ୍ରଭାସୀନି ଯୋଶୀ, ପୁର୍ବତନ ସରପଂଚ ନରେଶ ସେଠୀ, ବାସୁଦେବ ପ୍ରଧାନ,ସୁଜିତ କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଖେଳକୁ ଏ.ପି ସାହୁ.ସୁଜିତ ରାଜହଂସ, ପ୍ରତାପ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଚତୁର୍ଥ ରେଫରିଭାବେ ରଜତ ଖରୀ ଦାୟିତ୍ୱ ତୁଳାଇଥିଲେ।

Comments are closed.